Pratidin TV

Odisha's Digital News Platform

ପଦାରେ ପଡିଲା ପିଆରଏମ ଡାକ୍ତରଖାନର ଚାଲାକି, ଜନ୍ମପରେ କରୁଥିଲେ ଶିଶୁ ଅଦବଦଳ

1 min read

ବାରିପଦା: ଭୁବନେଶ୍ୱର ପରେ ଏବେ ବାରିପଦାରେ ଘଟିଲା ସମାନ ଘଟଣା । ବାରିପଦା ପିଆରଏମ ହସ୍ପିଟାଲରେ ବି ହେଲା ଶିଶୁ ଅଦଳବଦଳ । ହେଲା ଏଠାରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏଭଳି ଅଭିଯୋଗ ହୋଇଥିବା ବେଳେ ପୁଣି କାଲି ସମାନ ଘଟଣା ଆଖିରେ ପଡିଛି । ବର୍ତ୍ତମାନ ଏହି ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ଏଭଳି ଘଟଣା ଘଟିଥିବା ବେଳେ ପୁଣି ଶିଶୁ ଅଦଳ ଅଦଳ ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଭିଯୋଗ ଅନୁସାରେ, କୁଳିଅଣା ଥାନା କିଶନଡାହି ଅଞ୍ଚଳର ରଙ୍ଗଲାଲ ସିଂ ତାଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲ ନେଇଥିଲେ । ହସ୍ପିଟାଲରେ ରଙ୍ଗଲାଲଙ୍କ ସ୍ତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା ନର୍ସ ପରିବାର ବର୍ଗଙ୍କୁ ଜଣାଇଥିଲେ । କିନ୍ତୁ ପରେ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିବା ବେଳେ ଗଯଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା ।

ଏନେଇ ଗଣମାଧ୍ୟମ ଆଗରେ ସ୍ୱାମୀ ରଙ୍ଗଲାଲ ଅଭିଯୋଗ କରିଛନ୍ତି ଯେ ଡାକ୍ତର ଓ ନର୍ସଙ୍କ ଖାମଖିଆଲି ମନଭାବ ଯୋଗୁଁ ଏପରି ସମସ୍ୟା ଉପୁଜିଛି । ଡାକ୍ଟରଖାନ କୁ ଆସୁଥିବା ଗର୍ଭବତୀ ମହିଳାଙ୍କୁ ଠିକ ଭାବେ ଚିକିତ୍ସା ନ କରିବା ସହ ପ୍ରସବ ସମୟ ବିତି ଯାଇଥିଲେ ସୁଦ୍ଧା ଅସ୍ତ୍ରୋପଚାର ନ କରି ଅପେକ୍ଷା କରିବାକୁ କହିଥାନ୍ତି ହସ୍ପିଟାଲର କର୍ମଚାରୀ । ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ମହିଳା । ପରୋକ୍ଷରେ ପ୍ରାଇଭେଟ ଡାକ୍ତର ଖାନାକୁ ଯାଇ ପ୍ରସବ ପାଇଁ ପ୍ରବର୍ତ୍ତାୁଥିବା ଅଭିଯୋଗ ମଧ୍ୟ କରାଯାଇଛି । ତେବେ ରଙ୍ଗଲାଲଙ୍କ ପୁତ୍ର ସନ୍ତାନ ହୋଇଥିବା ବେଳେ ତାଙ୍କ ହାତକୁ କନ୍ୟା ସନ୍ତାନ ଦେଇଥିଲେ ।ଯାହାଫଳରେ ସେ ରାଗି ଯାଇ ଡିଏନ ଟେଷ୍ଟ କରାଇବା ପାଇଁ ଦାବି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *