Pratidin TV

Odisha's Digital News Platform

କାଳ ହେଲା ଆଘାତ ସମସ୍ୟା; କାନ୍ଦି କାନ୍ଦି କୁସ୍ତି ରିଙ୍ଗରୁ ବିଦାୟ ନେଲେ ଭାରତର ନିଶା

1 min read

ପ୍ୟାରିସ ଅଲମ୍ପିକ୍ସରେ ଭାରତର ଆଶା ମଉଳିବାରେ ଲାଗିଛି | ପ୍ୟାରିସ ଅଲିମ୍ପିକ୍ସରେ ଏକ ନିଶ୍ଚିତ ବିଜୟକୁ ଆହତ ଛଡ଼ା କରିଛନ୍ତି ଭାରତର ମହିଳା ରେସଲର ନିଶା ଦାହିୟା। ସେ ଆଜି ୬୮ କେଜି ଫ୍ରି ଷ୍ଟାଇଲ ଇଭେଣ୍ଟର କ୍ୱାର୍ଟର ଫାଇନାଲରୁ ଦୁଃଖଦ ବିଦାୟ ନେଇଛନ୍ତି।

ସୂଚନା ଅନୁଯାୟୀ, କ୍ୱାର୍ଟର ଫାଇନାଲରେ ନିଶା ୮-୧ରେ ଆଗରେ ରହିଥିଲେ। କିନ୍ତୁ ହଠାତ୍‌ ଉତ୍ତର କୋରିଆର ପାକ ସୋଲ ଗମ ବେଶ ଚତୁରତାର ସହ ନିଶାଙ୍କ ଡାହାଣ ହାତକୁ ମୋଡ଼ି ଦେଇଥିଲେ। ନିଶା ବେଶ ଯନ୍ତ୍ରଣା ଅନୁଭବ କରିବା ସହ ଖେଳ କିଛି ସମୟ ଅଟକି ଥିଲା। ବିଜୟୀ ବାସ୍ନା ବାରିବା ପୂର୍ବରୁ ତାଙ୍କ ଡାହଣ ହାତ ଭୂମିରେ ମାଡ ହୋଇ ଯାଇଥିଲା । ତାଙ୍କ ରିଷ୍ଟ ଖସି ଯାଇଥିବା ଆଶଙ୍କା କରାଯାଉଛି । ସେ ଅସହ୍ୟ ଯନ୍ତ୍ରଣା ସତ୍ୱେ ମୁକାବିଲା ଜାରୀ ରଖିଥିଲେ । ଶେଷରେ ୧୦-୮ରେ ଉତର କୋରିଆର ସୋଇ ଗମ ପାକ ଜିତିଥିଲେ । ଏକ ନିଶ୍ଚିତ ବିଜୟର ଦ୍ୱାଦ ଦେଶରେ ପଂହଚିଥିବା ସତ୍ୱେ ନିଶାଙ୍କ ପରାଜୟ ଭାରତୀୟ କ୍ରୀଡାପ୍ରେମୀଙ୍କୁ ବ୍ୟଥୀତ କରିଛି ।

Advertisement

ସେ କାନ୍ଦିବାକୁ ଲାଗିଥିଲେ। ପୁଣି ଅଫିସିଆଲମାନେ ଆସି ତାଙ୍କର ଚିକିତ୍ସା କରିଥିଲେ। ଲୁହ ଭିଜା ଆଖିରେ ସେ ଶେଷ ମୁର୍ହୂତ୍ତରେ ଲଢ଼େଇ କରିଥିଲେ। ହେଲେ ସେ ପାକ୍‌କୁ ଅଟକାଇ ପାରି ନଥିଲେ। ଏକଦା ୧-୮ ପଛରେ ଥିବା ପାକ୍‌ ମ୍ୟାଚ୍‌କୁ ୧୦-୮ରେ ଜିତି ନେଇଥିଲେ। ଏଥିସହ ନିଶାଙ୍କ ସେମି ଫାଇନାଲ ଖେଳିବା ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲେ। ଆହତ ନିଶା କାନ୍ଦି କାନ୍ଦି ଶେଷରେ ମ୍ୟାଟରୁ ଦୁଃଖଦ ବିଦାୟ ନେଇଥିଲେ। ନିଶା ସେମି ଫାଇନାଲରେ ପ୍ରବେଶ କରିଥିଲେ ଭାରତ ସମ୍ଭବତଃ ରେସଲିଂରୁ ପଦକ ଜିତିବାକୁ ସକ୍ଷମ ହୋଇଥାଆନ୍ତା।

Leave a Reply

Your email address will not be published. Required fields are marked *