Pratidin TV

Odisha's Digital News Platform

କିପରି ହୁଏ ଉପରାଷ୍ଟ୍ରପତି ନିର୍ବାଚନ

1 min read

ରାଷ୍ଟ୍ରପତି ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦେଶର ସାଧାରଣ ନାଗରିକ ଭୋଟ ଦେଇ ନଥାନ୍ତି । ରାଷ୍ଟ୍ରପତି ନିବ୍ରାଚନରେ ଉଭୟ ସାଂସଦ ଓ ବିଧାୟକ ଭୋଟ ଦେଉଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ସାଂସଦ ଭୋଟ ଦେଇଥାନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ସଦସ୍ୟ ମଧ୍ୟ ମତାଧିକାର ସାବ୍ୟସ୍ତ କରିଥାନ୍ତି । ଲୋକସଭା ଓ ରାଜ୍ୟସଭାର ସଦସ୍ୟଙ୍କୁ ନେଇ ଗଠନ ହୋଇଥାଏ ଇଲେକ୍‌ଟୋରାଲ୍ କଲେଜ୍ ।ଲୋକସଭାର ନିର୍ବାଚନ ସଦସ୍ୟ ସଂଖ୍ୟା ୫୪୩, ରାଜ୍ୟସଭାର ନିର୍ବାଚନ ସଦସ୍ୟ ସଂଖ୍ୟା ୨୩୩ ଅଟେ ସେହିଭଳି ରାଜ୍ୟ ସଭାର ମନୋନିତ ସଦସ୍ୟ ସଂଖ୍ୟା ୧୨ । ସର୍ବମୋଟରେ ଇଲେକ୍ଟୋରାଲ୍ କଲେଜର ମୋଟ ସଦସ୍ୟ ସଂଖ୍ୟା ୭୮୮ । ପ୍ରତ୍ୟକ ସାଂସଦଙ୍କ ଭୋଟର ମୂଲ୍ୟ ୧ଗଣାଯାଏ ।


କେମିତି ହୋଇଥାଏ ଭୋଟ୍ –
ବାଲଟ ପେପରରେ ଦୁଇଟି କଲମ୍ ବା ସ୍ତମ୍ଭ ରହିଥାଏ । ପ୍ରଥମ ସ୍ତମ୍ଭର ଶୀର୍ଷକରେ ପ୍ରାର୍ଥୀଙ୍କ ନାଁ ଲେଖାଥାଏ ଏବଂ ଦ୍ୱିତୀୟ ସ୍ତମ୍ଭର ଶୀର୍ଷକରେ କ୍ରମାଙ୍କ ପସନ୍ଦ ଲେଖା ଯାଇଥାଏ ।ଭୋଟର ପ୍ରାର୍ଥୀଙ୍କ ନାମ ଅନୁସାରେ ଦ୍ୱିତୀୟ ସ୍ତମ୍ଭରେ ନିଜ ପସନ୍ଦ ଲେଖିବେ । ଯଦି ଜଣେ ଭୋଟର କୌଣସି ପ୍ରାର୍ଥିଙ୍କୁ ଭୋଟ ଦେବାକୁ ଚାହୁଁଥିବେ,ତେବେ ତାଙ୍କ ନାମ ଆଗରେ ୧ ଲେଖିବେ ।ସେହିପରି ଅନ୍ୟ ପ୍ରାର୍ଥୀଙ୍କ ଆଗରେ ୨ ଲେଖିପାରିବେ । ତେବେ ଏହି ସଂଖ୍ୟା ଶବ୍ଦରେ ଲେଖାଯାଏ ନାହିଁ , ଇଂରାଜୀ ରୋମାନ କିମ୍ବା କୌଣସି ଭାରତୀୟ ଭାଷାରେ ଲେଖାଯାଏ ।

Advertisement

Leave a Reply

Your email address will not be published. Required fields are marked *