Pratidin TV

Odisha's Digital News Platform

ମହିଳା ସାମ୍ବାଦିକାଙ୍କୁ ଭୁଲ ମାଗିଲେ ପ୍ରଡ୍ୟୁସର ଟୁଟୁ ନାୟକ…

ମହିଳା ସାମ୍ବାଦିକାଙ୍କୁ ପ୍ରଯୋଜକଙ୍କ ମାଡମରା ଘଟଣା । ସାମ୍ବାଦିକାଙ୍କୁ ଭୁଲ ମାଗିଲେ ଟୁଟୁ ନାୟକ । ମେସେଜ ଜରିଆରେ ଦେବସ୍ମିତାଙ୍କୁ କ୍ଷମା ମାଗିଲେ । କହିଲେ ଯଦି ମୋ ବ୍ୟବହାର ତୁମକୁ କଷ୍ଟ ଦେଇଛି ସେଥିପାଇଁ ମୁଁ ତୁମକୁ ସରି ମାଗୁଛି । କାରଣ ତୁମେ ମୋ ଝିଅ ବୟସର ହେବ । ତେଣୁ ତୁମ ମନରେ ଆଘାତ ଦେବା ଭଳି ସେମିତି କିଛି କରିନାହିଁ । ତେବେ ସିନେମା ହଲରେ ହୋଇଥିବା ଗୋଟେ ଛୋଟ ଘଟଣା ଏତେ ଆଗକୁ ବଢିଯିବ ତାହା କେହି କେବେ ଭାବିନଥିଲେ । ଆଉ ପରେ ଘଟଣାକୁ ନେଇ ପ୍ରଡୂସର ଟୁଟୁ ନାୟକ ଚର୍ଚ୍ଚାକୁ ଆସିଥିଲେ । ଯାହାକୁ ନେଇ ପରେ ସେ ଅନୁତାପ କରି ମହିଳା ସାମ୍ବାଦିକାଙ୍କୁ ଭୁଲ ମାଗିଛନ୍ତି । ସେପଟେ ଏହି ଘଟଣା ବେଳର ଦୃଶ୍ୟ ସିସଟିଭିରେ ସାମ୍ନାକୁ ଆସଛି । ଯେଉଁଥିରେ ଏଇ କିଛି ମୁହୁର୍ତ୍ତର ଦୃଶ୍ୟ କଏଦ ହୋଇଛି । କିନ୍ତୁ କେହି କିଛି ବୁଝିବା ପୂର୍ବରୁ ହିଁ ସମସ୍ତେ ଘଟଣାକୁ ନେଇ ନିଜ ହିସାବରେ ଆକଳନ କରିନେଇଥିଲେ । ଆଉ ଦେବସ୍ମିତା ଏହି ଘଟଣାକୁ ନେଇ ପ୍ରଡ୍ୟୁସର ଟୁଟୁ ନାୟକଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଥିପାଇଁ ସାମ୍ବାଦିକାଙ୍କୁ କ୍ଷମା ପାର୍ଥନା କରିବା ସହ ଘଟଣା ପଛର ସତ୍ୟତାକୁ ମେସେଜ ଜରିଆରେ ବୁଝାଇ କହିଛନ୍ତି ଟୁଟୁ ନାୟକ । ଆଉ ତାଙ୍କର କଥାକୁ ପ୍ରମାଣିତ କରିବା ପାଇଁ ସିସିଟିଭି ଭିଜୁଆଲର ଦୃଶ୍ୟ ସବୁକିଛି ବୟାନ କରିଦେଉଛି । ତେବେ ବର୍ତ୍ତମାନ ମହିଳା ସାମ୍ବାଦିକା ଜଣଙ୍କ ପ୍ରଡ୍ୟୁସରଙ୍କୁ କ୍ଷମା କରି ଦେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *