Pratidin TV

Odisha's Digital News Platform

ବ୍ୟାଙ୍କର ନୋଟିସ୍ ଦେଖି ଜୀବନ ହାରିଦେଲେ ପ୍ରଯୋଜକ ..

1 min read

ପୁଣି ଥରେ ଆସିଲା ମନୋରଞ୍ଜନ ଜଗତରୁ ଦୁଃଖଦ ଖବର । ଦୁନିଆକୁ ଅଲବିଦା କହିଛନ୍ତି ଚଳଚ୍ଚିତ୍ର ନିର୍ମାତା ସୌନ୍ଦର୍ଯ୍ୟା ଜଗଦୀଶ । ପ୍ରଥମେ ଜୀବନ ହାରିବା ପାଇଁ ଉଦ୍ୟମ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି । ରବିବାର ଦିନ ପୋଲିସ ଏବଂ ତାଙ୍କ ନିକଟ ସୂତ୍ରରୁ କହିଛନ୍ତି ଯେ ରବିବାର ସକାଳେ ବେଙ୍ଗାଲୁରୁର ମହାଲକ୍ଷ୍ମୀ ଲେଆଉଟରେ ନିର୍ମାତା ଜୀବନ ହାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଉଦ୍ୟମ ପରେ ତାଙ୍କୁ ତୁରନ୍ତ ରାଜଜୀନଗରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁଯାୟୀ ଜଗଦୀଶଙ୍କ ବନ୍ଧୁ ଶ୍ରେୟ ଗଣମାଧ୍ୟମକୁ କହିଛନ୍ତି ଯେ ଜଗଦୀଶ ଜୀବନ ହାରିବା ପରେ ଉଦ୍ୟମ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ କଣ ତାହା ବର୍ତ୍ତମାନ ପ ର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ତାଙ୍କ ମୃତ୍ୟୁର କାରଣ ଜାଣିବାକୁ ପରବର୍ତ୍ତୀ ପ୍ରକ୍ରିୟା ଚାଲିଛି । ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା । ହଠାତ୍ ଏମିତି ହେବାର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ କୁହାଯାଉଛି ଯେ ଜଗଦୀଶଙ୍କ ନିକଟକୁ ଏକ ବ୍ୟାଙ୍କ ନୋଟିସ ପଠାଯାଇଥିଲା ଏବଂ ଏହା ତାଙ୍କ ଜୀବନ ହାରିବାର କରାଣ ହୋଇଥାଇପାରେ କି ? ଏହି ସମସ୍ୟା କିଛି ସମୟ ପାଇଁ ରହିଆସିଛି । ବ୍ୟବସାୟିକ ସମସ୍ୟା ଅଲଗା ।

Advertisement

ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବେଙ୍ଗାଲୁରୁ ଉତ୍ତର ଡିଭିଜନ ଡିସିପି ସଇଦୁଲୁ ଅଦାବତ କହିଛନ୍ତି ଯେ, ପୂର୍ବରୁ ଜଗଦୀଶଙ୍କ ପତ୍ନୀ ଏହି ଅଭିଯୋଗ କରିଛନ୍ତି । ତାଙ୍କ ପତ୍ନୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ହୃଦଘାତ ନୁହେଁ ବରଂ ସେ ଜୀବନ ହାରିଛନ୍ତି । ଜଗଦୀଶ ନିକଟରେ ମାନସିକ ସ୍ତରରେ ବହୁତ ଯନ୍ତ୍ରଣା ଭୋଗୁଥିଲେ । ନିକଟରେ ତାଙ୍କ ଶାଶୁଙ୍କର ଦେହାନ୍ତ ହୋଇଥିଲା ଏବଂ ସେ ତାଙ୍କ ସହ ଅତ୍ୟନ୍ତ ଜଡିତ ଥିବାରୁ ସେ ଡିପ୍ରେସନରେ ଥିଲେ । ଏଥିପାଇଁ ସେ ଔଷଧ ମଧ୍ୟ ନେଉଥିଲେ । ଆମେ ସବୁ ଦିଗରୁ ଅନୁସନ୍ଧାନ କରୁଛୁ । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଘଟଣାର ସତାସତ୍ୟ ଜଣାପଡିବ ବେଲି ସେ କହିଛନ୍ତି । ଜଗଦୀଶ ସ୍ନେହିତରୁ, ଅପୁ ଅର ପପୁ, ମସ୍ତ ମାଜା ମାଡି ଏବଂ ରାମଲୀଲାଙ୍କ ସମେତ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଚଳଚ୍ଚିତ୍ର ନିର୍ମାତା ହେବା ବ୍ୟତୀତ ଜଗଦୀଶ ଜଣେ ବିଲଡର ଏବଂ ବ୍ୟବସାୟୀ ମଧ୍ୟ ଥିଲେ ।

Leave a Reply

Your email address will not be published. Required fields are marked *