ବୁଲିବାକୁ ଯାଇଥିଲେ ପ୍ରଫେସର , ଉତ୍ତରାଖଣ୍ଡ ହୋଟେଲ୍ରୁ ମିଳିଲା ମୃତଦେହ…
1 min readଜୀବନ ହାରିଲେ ୪୪ ବର୍ଷିୟ ପ୍ରଫେସର । ସାଙ୍ଗ ମାନଙ୍କ ସହ ଉତ୍ତରାଖଣ୍ଡ ବୁଲିବାକୁ ଆସିଥିଲେ , ହୋଟେଲ ରୁମ୍ରୁ ମିଳିଲା ମୃତଦେହ । ତେବେ ମୃତ ପ୍ରଫେସର ହେଉଛନ୍ତି ମେନକ ପାଲ ଘର ହେଉଛି କୋଲକାତା । ସେ କୋଲକାତା ଯାଦବପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ ।
ସେ ବୁଲିବା ପାଇଁ ନିଜ ସାଙ୍ଗମାନଙ୍କ ସହ ମିଶି ଉତ୍ତରାଖଣ୍ଡ ଯାତ୍ରା କରିଥିଲେ। ସେଠାରେ ତାଙ୍କ ସାଙ୍ଗମାନେ କିଛି ଦିନ ଅଧିକ ରହି ଉପଭୋଗ କରିବାକୁ ଚିନ୍ତା କରୁଥିବା ବେଳେ ସେ କିନ୍ତୁ କହିଥିଲେ ଯେ ତାଙ୍କୁ ଘରକୁ ଫେରିବାର ଅଛି। ସେ ତାଙ୍କ ଝିଅକୁ ବହୁତ ମନେ ପକାଉଛନ୍ତି ବୋଲି କହି ପରଦିନ ଫେରିଆସିବେ ବୋଲି ଏକ ହୋଟେଲ୍ରେ ଚେକ୍-ଇନ୍ କରିଥିଲେ।
କିନ୍ତୁ ସେ ଘରେ ନପହଞ୍ଚିବାରୁ ଘର ଲୋକ ତାଙ୍କ ସାଙ୍ଗ ମାନଙ୍କୁ ଫୋନ କରିଥିଲେ । ଆଉ ମେନକଙ୍କ ଫୋନ ଲାଗିନଥିବାରୁ ସମସ୍ତେ ବ୍ୟସ୍ତ ହୋଇଯାଇଥିଲେ । ପରେ ସେମାନେ ହୋଟେଲକୁ ଫୋନ କରି ସବୁ ବୁଝିଥିଲେ । ଆଉ ହୋଟେଲ କର୍ମଚାରୀ ତୁରନ୍ତ ତାଙ୍କ ରୁମ୍ କବାଟ ବାଡେଇଥିଲେ ମଧ୍ୟ ମେନକ ଖୋଲିନଥିଲେ । ତେଣୁ ବାଧ୍ୟ ହୋଇ ହୋଟେଲ କର୍ମଚାରୀ କବାଟ ତାଡି ଦେଇଥିଲେ । ଆଉ ଭିତରକୁ ଯାଇ ସେମାନେ ଯାହା ଦେଖିଥିଲେ ପୁରା ଆଶ୍ଚର୍ଯ୍ୟ ହୋଇପଡିଥିଲେ । ମେନକ ତଳେ ଚିତ୍ ହୋଇ ପଡିଛନ୍ତି ଆଉ ତାଙ୍କ ହାତ ବେକରୁ ରକ୍ତ ବୋହୁଛି । ଏହା ଦେଖି ହୋଟେଲ କର୍ମଚାରୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି ।
ଅନ୍ୟପଟେ ମୃତ ପ୍ରଫେସରଙ୍କ ପରିବାରରେ ତାଙ୍କ ପତ୍ନୀ ଗୋଟେ ଝିଅ ଆଉ ବୃଦ୍ଧ ବାପା ମା ଏ ଖବର ଶୁଣିବା ପରେ ସମୂର୍ଣ୍ଣ ରୂପେ ଗଭୀର ସଦମାରେ ଥିବା ଜଣାପଡିଛି ।