ନିର୍ବାଚନ ଜିତିବା ପରେ ପ୍ରତିଶୃତି କଲେ ପୁରା; ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନଙ୍କୁ କଲେ ଫୋନ
1 min readନିର୍ବାଚନ ଜିତିବା ପରେ ପୁଟିନଙ୍କୁ ଫୋନ କଲେ ଟ୍ରମ୍ପ | ଆଉ ଯୁଦ୍ଧ ବନ୍ଦ କରିବାକୁ କଲେ ଅନୁରୋଧ | ତେବେ ଆମେରିକାର ନାଵ-ନିରବଛିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଯୁଦ୍ଧ ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି | ଏନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି |
ଋଷ ଓ ୟୁକ୍ରେନର ପରିସ୍ଥିତି ଉପରେ ଆଲୋକପାତ କରିଥିବା ବେଳେ ବିବାଦ ନ ବଢ଼ାଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କୁ ଅନୁରୋଧ କରିଛନ୍ତି ଟ୍ରମ୍ପ | ତେବେ ପ୍ରଥମେ ପୁଟିନ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଥିଲେ ପରେ ଯୁଦ୍ଧ ନେଇ ଆଲୋଚନା କରିଥିଲେ | ପୁଟିନଙ୍କୁ ଯୁଦ୍ଧ ନ କରିବାକୁ ପରାମର୍ଶ ଦେବା ସହ ୟୁରୋପରେ ୱାସିଂଟନ ର ମହତ୍ୱପୂର୍ଣ୍ଣ ସାମରିକ ଉପସ୍ଥତି ଉପରେ କଥା ହୋଇଛନ୍ତି | ତେବେ ପୁଟିନଙ୍କ ସହ କଥାବାର୍ତ୍ତା ହେବା ପୂର୍ବରୁ ଟ୍ରମ୍ପ ବୁଧବାର ଦିନ ଫ୍ରାନ୍ସର ରାଷ୍ଟ୍ରପତି ସହ କଥା ହୋଇଥିଲେ |
ନଭେମ୍ବର ୫ରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ପରାସ୍ତ କରିବା ପରେ ରିପବ୍ଲିକାନ ଟ୍ରମ୍ପ ଆସନ୍ତା ଜାନୁଆରୀ ୨0 ତାରିଖ ୨0୨୫ରେ କାର୍ଯ୍ୟଭାର ଗ୍ରହଣ କରିବେ | ତେବେ ସେ ନିର୍ବାଚନ ଜିତିବା ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ଏବେ ପୁରା କରିଛନ୍ତି | କ୍ଷମତାକୁ ଆସିବା ପରେ ଋଷ -ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ପୁଟିନକୁ ଫୋନ କରି ଅନୁରୋଧ କରିଛନ୍ତି |