ନଖ କେଶକୁ ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟରେ ଅର୍ନ୍ତଭୁକ୍ତ କରନ୍ତୁ ଏହି ଖାଦ୍ୟକୁ…
1 min read
ଆଜିକାଲି ସମସ୍ତଙ୍କ ଠାରେ କେଶ ଝଡିବା ସମସ୍ୟା ଦେଖାଯାଉଛି । ଉଭୟ ପୁଅ ଝିଅଙ୍କ ପକ୍ଷେ ଏହା ଏକ ବଡ ସମସ୍ୟା ରୂପେ ଦେଖାଦେଇଛି । ସେଥିପାଇଁ ଚିନ୍ତାରେ ସମସ୍ତେ । କେଶ ନ ଝଡିବା ପାଇଁ ଅନେକ ପ୍ରକାର ପଦ୍ଧତିକୁ ଆପଣେଉ ଥିବା ବେଳେ ତଥାପି କେଶ ଝଡିବା ବନ୍ଦ ହେଉନି । ଏଥିପାଇଁପାଇଁ କିଏ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରୁଛନ୍ତି ତ ଆଉ କେହି କିଛି ତେଲ ବ୍ୟବହାର କରୁଛନ୍ତି । କେଶ ଝଡିବା ସମସ୍ୟା ନେଇ ବିଶେଷଜ୍ଞ ମାନେ ମଧ୍ୟ ବିଭିନ୍ନ ପ୍ରକାର ଉପାୟ ବତାଉଛନ୍ତି ।
ଖାଲି କେଶ ନୁହେଁ ଏହା ସଂଙ୍ଗେ ସଂଙ୍ଗେ ନଖ ମଧ୍ୟ । ଝିଅ ମାନେ ସାଧାରଣ ଭାବରେ ନଖ ବଢାଇବାକୁ ପସନ୍ଦ କରୁଛନ୍ତି । ତେଣୁ ନଖର ଜେତେ ପ୍ରକାର ଯତ୍ନ ନେଲେ ମଧ୍ୟ ବାରମ୍ବାର ନଖ ଭାଙ୍ଗି ଯାଉଛି । କେବେ ଚିନ୍ତା କରିଛନ୍ତି କି ଏପରି କଣ ପାଇଁ ହେଉଛି । ନଖ ବାରମ୍ବାର ଭାଙ୍ଗିବା ଏବଂ ଅତ୍ୟଧିକ କେଶ ଝଡ଼ିବା ଅବହେଳା କରାଯିବା ଉଚିତ୍ ନୁହେଁ । ଏହା ପଛର କାରଣ ଆପଣଙ୍କ ଶରୀରରେ ଭିଟାମିନ୍ ଏବଂ ପ୍ରୋଟିନ୍ ଅଭାବ ହୋଇପାରେ । ପୋଷକ ତତ୍ତର ଅଭାବ ହେତୁ ନଖ ଭାଙ୍ଗିବା ଏବଂ କେଶଝଡ଼ିବା ଲକ୍ଷଣ ଦେଖାଯାଏ । ଯେତେବେଳେ ଶରୀରରେ କୈାଣସି ରୋଗ ବଢିବାକୁ ଲାଗେ କିମ୍ବା କୈାଣସି ପାଷକ ତତ୍ତ୍ୱର ଅଭାବ ଦେଖାଯାଏ । ଏହାର ପ୍ରଭାବ ପ୍ରଥମେ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ଆକାରରେ ଦେଖାଯାଏ, ଯାହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । କେଶ ଝଡ଼ିବା ଏବଂ ନଖର ବାରମ୍ବାର ଭାଙ୍ଗିବା ଶରୀରରେ ଭିଟାମିନ୍ ‘ବି ୭’ (ବାୟୋଟିନ୍)ର ଅଭାବକୁ ସୂଚିତ କରେ । ଯଦି ତୁମେ କ୍ରମାଗତ ଭାବରେ ଏପରି ସମସ୍ୟା ଦେଇ ଗତି କରୁଛ ତାହେଲେ ତୁମର ଖାଦ୍ୟରେ ଉନ୍ନତି କର । ପ୍ରୋଟିନ୍ ଏବଂ ଭିଟାମିନ୍ ବି୭ ର ଭରପୂର ଖାଦ୍ୟ ଖାଆନ୍ତୁ । ଏହା କେବଳ ଆପଣଙ୍କ କେଶ ଏବଂ ନଖକୁ ମଜବୁତ କରିବ ନାହିଁ ବରଂ ଆପଣଙ୍କୁ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ରକ୍ଷା କରିବ । ତେବେ ଆସନ୍ତୁ ଜାଣିବା ଭିଟାମିନ ବି୭ ଏବଂ ପ୍ରୋଟିନର ଅଭାବକୁ ଦୂର କରିବା ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ୍ ।
ଆପଣଙ୍କ ଖାଦ୍ୟରେ ବାଦାମ ଅନ୍ତର୍ଭୂକ୍ତ କରନ୍ତୁ ।
ଆପଣ ବାଦାମକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଇ ପାରିବେ କିମ୍ବା ସେକ୍ରେ ମିଶାଇ ପିଇପାରିବେ । ଏହା ଆପଣଙ୍କ କେଶ ଏବଂ ନଖର ବୃଦ୍ଧି ଏବଂ ଆପଣଙ୍କ ହୃଦୟର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହେବ ।
ଆପଣ ଅଣ୍ଡାରୁ ମଧ୍ୟ ପ୍ରୋଟିନ୍ ପାଇବେ ।
ଅଣ୍ଡାକୁ ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ ଭାବରେ ବିବେଚନା କରାଯାଉଥିବାବେଳେ ଏହାର ହଳଦିଆ ଅଂଶରେ ଭିଟାମିନ୍ ବି ମଧ୍ୟ ମିଳିଥାଏ । ଅଣ୍ଡା ଖାଇବା ଦ୍ୱାରା ଆପଣଙ୍କ ନଖ ଏବଂ ସୁସ୍ଥ ଚର୍ମ ସୁସ୍ଥ ରହିବା ସହିତ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିବ ।
ଯଦି ଆପଣ ଶାକାହାରୀ ତେବେ ଏହି ଖାଦ୍ୟ ଖାଆନ୍ତୁ ।
ଶାକାହାରୀ ଲୋକମାନେ ପ୍ରୋଟିନର ଅଭାବକୁ ପୂରଣ କରିବା ପାଇଁ, ସେମାନଙ୍କର ଖାଦ୍ୟରେ ସୋୟାବିନ୍, ପନିର, କ୍ଷୀର, କଦଳୀ ଏବଂ ଡାଲି ଭଳି ଜିନିଷ ଅନ୍ତର୍ଭୁକ୍ତ କରିପାରିବେ । ଯଦି ଆପଣ ଏକ ପ୍ରୋଟିନ୍ ସମୃଦ୍ଧ ଖାଦ୍ୟ ଅନୁସରଣ କରିବାକୁ ଚାହାଁନ୍ତି, ତେବେ ଆପଣ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ, କାରଣ ଆପଣଙ୍କ ଶରୀରର ଓଜନ ଅନୁଯାୟୀ ପ୍ରୋଟିନ୍ ଗ୍ରହଣ କରିବା ସର୍ବଦା ଠିକ୍ ।