Pratidin TV

Odisha's Digital News Platform

ପୁରୁଣାକଟକ କୁ NAC ଦାବିରେ ୧୨ଘଣ୍ଟିଆ ବନ୍ଦ ଡାକରା ।

1 min read

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକକୁ ଏନ୍ଏସି ମାନ୍ୟତା ନ ମିଳିବା ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ପୁରୁଣାକଟକ କ୍ରିୟାନୁଷ୍ଠାନ କମିଟି। ଆଜି ସକାଳ ୬ଟାରୁ ଏଠାରେ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ପୁରୁଣାକଟକ ବ୍ୟବସାୟୀ ସଂଘ, ଭୈରବୀ କ୍ଲବ ସୁରକ୍ଷା ସମିତି ଓ ତିଳେଶ୍ୱର ଯୁବକ ସଂଘ ପକ୍ଷରୁ ପୁରୁଣାକଟକକୁ ଏନ୍ଏସି ମାନ୍ୟତା ଦେବା ପାଇଁ ପୂର୍ବରୁ ଦାବି ହୋଇଆସୁଥିଲା। କିନ୍ତୁ ଗତକାଲି ପୁରୁଣାକଟକବାସୀ ନିରାଶ ହୋଇଛନ୍ତି। ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ ଦିଆ ଯିବ ବୋଲି କ୍ରିୟାନୁଷ୍ଠାନ କମିଟି ର ଆବାହକ ସୁକାନ୍ତ ପଟ୍ଟନାୟକ କହିଛନ୍ତି।
ଏନ୍ଏସି ମାନ୍ୟତା ନ ମିଳିବାରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରବାସୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆଜି ବୀରମହାରାଜପୁର ନାଗରିକ କମିଟି ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି।ଏନେଇ ନାଗରିକ କମିଟି ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ଡାକରା ଦିଆଯାଇଛି।

Advertisement

ଆହୁରୀ ପଢନ୍ତୁ –ସରକାରଙ୍କ ବଡ ଘୋଷଣା ; ଗଠନ ହେଲା ନୂଆ ୩୪ଟି NAC , ଆଉ ୫ ଏନ୍ଏସି ହେଲା ମ୍ୟୁନିସିପାଲିଟି…

ଅନ୍ୟପଟେ ୨୦ଟି ଜିଲ୍ଲାରେ ୩୪ଟି ନୂତନ ଏନ୍ଏସି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେଗୁଡ଼ିକ ହେଲା- ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବାଲେଶ୍ୱରର ବସ୍ତା ଓ ସିମୁଳିଆ, ବରଗଡ଼ର ପାଇକମାଳ ଓ ଭେଡେନ, ଭଦ୍ରକର ଅଗରପଡ଼ା, ବଲାଙ୍ଗିରର ବେଲପଡ଼ା ଓ ସଂଇତଳା, ଯାଜପୁରର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡିର ଜୟପାଟଣା, କନ୍ଧମାଳର ରାଇକିଆ, କୋରାପୁଟର ବୋରିଗୁମା, ନୂଆପଡ଼ାର ସିନାପାଲି, ରାୟଗଡ଼ାର ଚାନ୍ଦିଲି, ମୁନିଗୁଡ଼ା ଓ ବିଷମକଟକ, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି, ସୁନ୍ଦରଗଡ଼ର ବଣେଇ, ଗଞ୍ଜାମର ଶେରଗଡ଼ ଓ କୁକୁଡ଼ାଖଣ୍ଡି, ନୟାଗଡ଼ର କଣ୍ଟିଲୋ, ଖୋର୍ଦ୍ଧାର ଟାଙ୍ଗୀ ଓ ବେଗୁନିଆ, କଟକର ସାଲେପୁର, ବଡ଼ମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜର ବେତନଟି, ଢେଙ୍କାନାଳର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ।
ସେହିପରି ୫ ଏନ୍ଏସିକୁ ମ୍ୟୁନିସିପାଲିଟି ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବୌଦ୍ଧଗଡ଼, କରଞ୍ଜିଆ, କଣ୍ଟାବାଞ୍ଜି, ଛତ୍ରପୁର, ଆସ୍କା ଏନ୍ଏସିରୁ ମ୍ୟୁନିସିପାଲିଟି ହେଲା ।

Leave a Reply

Your email address will not be published. Required fields are marked *