Pratidin TV

Odisha's Digital News Platform

(ଭିଡିଓ) କାନ୍ଦିଲେ ଅଭିନେତ୍ରୀ ସାନଲିଶା, କହିଲେ ମନୋଜ ଦାଦା ମତେ ବହୁତ କଷ୍ଟ ହେଉଛି ! ମୁଁ କଣ ଆପଣଙ୍କ ଭଉଣୀ ନୁହେଁ..

ଓଲିଉଡରେ ଜାରି ରହିଥିବା ବିବାଦ ଭିତରେ ଏବେ ଓଡିଆ ଫିଲ୍ମ ବଳି ପଡୁଛି । ଗତକାଲି ଅର୍ଥାତ ଶୁକ୍ରବାର ଓଡିଆ ଫିଲ୍ମ ପ୍ରଥାର ପ୍ରମିୟର ଶୋ ହେବାର ଥିଲା । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କିଛି ଲୋକ ପୋଷ୍ଟର ଫାଡି ବ୍ୟାନର ଚିରି ଦେଇଥିଲେ । ଯାହାକୁ ଦେଖି ଅଭିନେତ୍ରୀ ସାନଲିଶା ପଟେଲ ଅଭିନେତା ମନୋଜ ମିଶ୍ରଙ୍କୁ ନ୍ୟାୟ ମାଗିଲେ । କାନ୍ଦି କାନ୍ଦି କହିଲେ ମନୋଜ ଦାଦା ମୁଁ ସେହି ପଶ୍ଚିମ ଓଡିଶାର ଝିଅ । ମୋ ଜନ୍ମ ସେହି ମାଟିରେ ହୋଇଛି । ଆଉ ମୁଁ ତୁମ ଭଳି ଓଡିଆ ସିନେମାକୁ ଆଗକୁ ନେବାକୁ ଚାହୁଁଛି । ଏଠି ମୋର କଣ ଭୁଲ ରହିଲା । ମୁଁ କାହାର କଣ ଦୋଷ କଲି । ମୁଁ ସେହି ମାଟିର ଝିଅ ଯେଉଁ ମାଟି ପାଇଁ ଆପଣ ଆଉ ଆପଣଙ୍କ ସମର୍ଥକ ଆଜି ଆପଣଙ୍କ ସହ ଠିଆ ହୋଇଛନ୍ତି । ଶୁକ୍ରବାର ମୋ ଫିଲ୍ମ ପ୍ରଥା ପରଦାରେ ରିଲିଜ ହୋଇଛି । ହେଲେ ମୁଁ କିନ୍ତୁ ଖୁସି ନାହିଁ । ମୋ ଆଖିରେ ଭରି ରହିଛି ଅଜସ୍ର ଲୁହ । ହେଲେ ଦାଦା ଆପଣ ଜାଣିଛନ୍ତି ମୋ ଲୁହ ପଛର କାରଣ କଣ । ଏହାର କାରଣ ହେଉଛି ଆପଣଙ୍କ କିଛି ସମର୍ଥକ ମୋ ଫିଲ୍ମକୁ ଓଡିଆ ସିନେମା କହି ଏହାର ପୋଷ୍ଟର ଚିରି ପ୍ରତିବାଦ କରିଛନ୍ତି । ଆପଣ ଓଡିଆ ଫିଲ୍ମକୁ ଆଗକୁ ନେବାକୁ ଚେଷ୍ଟ କରୁଛନ୍ତି ହେଲେ ଆପଣଭଙ୍କର କିଛି ସମର୍ଥକ ଆପଣଙ୍କ ସାନ ଭଉଣୀର ଫିଲ୍ମକୁ ହଲରେ ଚଲାଇ ଦେଉ ନାହାନ୍ତି ।

ସୂଚନା ଅନୁସାରେ,ଗତକାଲି(ଶୁକ୍ରବାର) ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ଓଡ଼ିଶାର ୪୮ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏ ଅବସରରେ ଝାରସୁଗୁଡାର ଏକ ଥିଏଟରରେ ‘ପ୍ରଥା’ର ମ୍ୟାଟିନ୍ ସୋ ଚାଲିଥିଲା ବେଳେ କିଛି ଲୋକେ ହଠାତ୍ ସିନେମା ହଲ୍ ଭିତରକୁ ପଶି ଆସି ଗଣ୍ତଗୋଳ କରି ପୋଷ୍ଟର ବ୍ୟାନର ଚିରି ଦେଇଥିଲେ। ଏବଂ ସୋ ବନ୍ଦ ପାଇଁ ଧମକ ଦେବା ସହ ଓଡିଆ ଚଳଚ୍ଚିତ୍ର ମୁଦାବାଦ କହି ଚାଲି ଯାଇଥିଲେ।

Leave a Reply

Your email address will not be published. Required fields are marked *