Pratidin TV

Odisha's Digital News Platform

ସଂସଦ ଧୂଆଁ ମାଡ ଘଟଣାରେ ଅଭିଯୁକ୍ତଙ୍କ ମାନସିକ ସ୍ଥିତି ପରଖିବା ପାଇଁ ହେବ ସାଇକୋଆନାଲିସିସ୍ ପରୀକ୍ଷଣ…

1 min read

ସଂସଦ ସୁରକ୍ଷା ଉଲଘଂନ ମାମଲାରେ ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତ ମାନଙ୍କର ହେବ ମାନସିକ ପରୀକ୍ଷା । ସେମାନଙ୍କ ଆଚରଣର ଏକ ପ୍ରମୁଖ ମୂଲ୍ୟାଙ୍କନ ଯାହା ଧୂଆଁ ମାଡ ଘଟଣା ପଛରେ ଅନୁସନ୍ଧାନକାରୀଙ୍କୁ ସେମାନଙ୍କର ଉଦ୍ଦେଶ୍ୟ ଏବଂ ମାନସିକ ସ୍ଥିତି ଜାଣିବାରେ ସାହାଯ୍ୟ କରିବ । ଏହି ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ପରୀକ୍ଷା ପାଇଁ ଗତକାଲି ଫୋରେନସିକ୍ ସାଇନ୍ସ ଲାବୋରେଟୋରୀକୁ ନିଆଯାଇଥିଲା । ସେଠାରେ ତାଙ୍କର ମାନସିକ ଅବସ୍ଥାର ପରୀକ୍ଷା କରାଯାଇଛି ଏହାପରେ ଅନ୍ୟମାନଙ୍କୁ ମଧ୍ୟ ଗୋଟିଏ ପରେ ଗୋଟିଏ ପରୀକ୍ଷା କରାଯିବ ।

ତେବେ ସାଇକୋଆନାଲିସିସ୍ ଅର୍ଥ ହେଉଛି ମାନସିକ ମୂଲ୍ୟାଙ୍କନ ବା ମାନସିକ ଅବସ୍ଥାର ସଠିକ ସୂଚନା ଜାଣିବା । ଯାହା ସେମାନଙ୍କର ଅଭ୍ୟାସ, ନିତ୍ୟକର୍ମ ଏବଂ ଆଚରଣ ବୁଝିବା ପାଇଁ ସହଜ ହୋଇଥାଏ । ପରୀକ୍ଷାଗୁଡ଼ିକରେ ଏକ ପ୍ରଶ୍ନ-ଉତ୍ତର ଫର୍ମାଟ୍ ଅଛି ଯାହା ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଅଭିଯୁକ୍ତ ଦେଇଥିବା ଉତ୍ତର ଆଧାରରେ ମାନସିକ ରୋଗ ବିଶେଷଜ୍ଞ ତଥା ଅନୁସନ୍ଧାନକାରୀମାନେ ଅପରାଧ କରିବା ପଛର ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରିଥାନ୍ତି । ତେବେ ଅଭିଯୁକ୍ତ ଉପରେ ଏହି ପରୀକ୍ଷା ପାଇଁ ପାଖାପଖି ୩ ଘଣ୍ଟା ସମୟ ଲାଗିଥାଏ । ଏବଂ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବା (ସିବିଆଇ)ଫରେନସିକ୍ ଲ୍ୟାବ୍‌ରେ ଏହା କରାଯାଇଥାଏ । ନିକଟରେ ଦିଲ୍ଲୀରେ ଘଟିଥିବା ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ରେ ପୋଲିସ ଦ୍ୱାରା ଅଭିଯୁକ୍ତଙ୍କ ଉପରେ ଏହି ସାଇକୋଆନାଲିସିସ୍ ପରୀକ୍ଷଣ ହୋଇଥିଲା । ଅପରପକ୍ଷେ ସଂସଦରେ ଧୂଆଁମାଡ ଘଟଣାରେ ଗିଫ ହୋଇଥିବା ଅଭିଯୁକ୍ତ ମାନେ ପୋଲିସକୁ କହିଛନ୍ତି ଯେ ସେମାନଙ୍କର ଉଦ୍ଦେଶ୍ୟ ମଣିପୁରର ଅଶାନ୍ତି, ବେକାରୀ ଏବଂ କୃଷକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା । ତେବେ ପୋଲିସ ସବୁ ଦିଗରୁ ତଦନ୍ତ କରୁଛି ବୋଲି କହିଛି ।

Leave a Reply

Your email address will not be published. Required fields are marked *