Pratidin TV

Odisha's Digital News Platform

ପୁଣି ଅନଲାଇନ୍ ଗେମ ନେଲା ଜୀବନ ; PUBG ଗେମ୍ ଖେଳି ଜୀବନ ହାରିଲେ ନାବାଳକ …..

1 min read

ବାଲେଶ୍ୱର ; ଜୀବନ ନେଲା ଅନଲାଇନ୍ ଗେମ୍ । ଝୁଲିପଡିଲେ ନାବାଳକ । ଗତ ଦୁଇ ମାସରୁ ଅଧିକ ସମୟ ଧରି +୨ ଛାତ୍ର ଅନ ଲାଇନରେ ଖେଳୁଥିଲେ ପପ ଜି ଗେମ । ସୋର ଥାନା କୋଚିଆକୋଇଲି ଗ୍ରାମ ଶରତ ମଲିକଙ୍କ ପୁଅ ଆଶିଷ ଅନନ୍ତପୁର ସାରସ୍ବତ ମହାବିଦ୍ୟାଳୟରେ +୨ ଛାତ୍ର ଅଟନ୍ତି ।

ତେବେ ଆଶିଷ ଗତ ଦୁଇମାସ ଧରି ପପ୍ ଜି ଗେମ ଖେଳୁଥିଲା । କିଛିଦିନ ଧରି ସେ ମାନସିକ ଅବସାଦ ଦେଇ ଗତି କରୁଥିଲା । ଗତକାଲି ଅପରାହ୍ନରେ ମାଙ୍କ ଦେହ ଖରାପ ଥିବା କାରଣରୁ ମାଙ୍କୁ ଡାକ୍ତରଖାନା ନେଇ ଘରକୁ ଫେରିଥିଲା । ଆଉ କିଛି ସମୟ ପରେ ପୁଣି ଘରୁ ଅନନ୍ତପୁର ଯାଇ ସନ୍ଧ୍ୟାରେ ଘରକୁ ଫେରି ନିଜ ରୁମରେ କବାଟ ଦେଇ ରହିଥିଲା । ରାତିରେ ମା ଖାଇବାକୁ ଡାକିବା ସମୟରେ କିଛି ପ୍ରତିକ୍ରିୟା ଦେଇନଥିଲା ।

Advertisement

ଫଳରେ ମାଙ୍କୁ ସନ୍ଦେହ କାରଣରୁ ଘରର କବାଟ ଖୋଲି ଦେଖିବା ବେଳକୁ ପୁଅ ଫ୍ୟାନରେ ଦୈଡିଦେଇ ଝୁଲି ପଡିଥିଲା । ଏହା ଦେଖି ମା ପାଦ ତଳୁ ମାଟି ଖସିଯାଇଥିଲା । କିଛି ସମୟ ପାଇଁ ସବୁକିଛିକି ସ୍ୱପ୍ନ ଭାବିନେଇଥିଲା ମା କିନ୍ତୁ ପରବର୍ତ୍ତୀ ସମୟରେ ନିଜର ଚେତା ବୁଡାଇ ବସିଥିଲା । ପଡୋଶୀମାନଙ୍କ ସହାୟତାରେ ପୁଅର ମୃତ ଦେହକୁ ଉଦ୍ଧାର କରି ଅନନ୍ତପୁର ଡ଼ାକ୍ତରଖାନକୁ ଅଣାଯାଇଥିଲା । ଏହାପରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସମୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *