Pratidin TV

Odisha's Digital News Platform

ସ୍କୁଲ ପୋଷାକ ପିନ୍ଧି ସାଇକେଲରେ ବିଧାନସଭା ଆସିଲେ ବିଧାୟକ , ଜାଣନ୍ତୁ ଏହା ପଛର ଥିବା ବିଶେଷ କାରଣ..

1 min read

ତାମିଲନାଡୁ : ସ୍କୁଲ ପୋଷାକ ପିନ୍ଧିି ବିଧାନସଭା ଆସିଲେ ବିଧାୟକ । ଯାହାକୁ ଦେଖି ଜନତା ହେଲେ କାବା । କିନ୍ତୁ ବିଧାୟକଙ୍କ ଏବଳି ପଦକ୍ଷେପ ପଛରେ ଏକ ବିଶେଷ କାରଣ ରହିଛି । ତେବେ ଚାଲନ୍ତୁ ଜାଣିବା ତାହା କଣ । ପୁଡୁଚେରିକୁ ରାଜ୍ୟ ମାନ୍ୟତା ଦେବା ଲାଗି ବିଧାନସଭାରେ ପ୍ରସ୍ତାବ ଗୃହୀତ କରାଇବାକୁ ସରକାର ରାଜି ହେଉ ନ ଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଡିଏମ୍‌କେ ଏବଂ କଂଗ୍ରେସ ବିଧାୟକମାନେ ସ୍କୁଲ ପୋଷାକ ପିନ୍ଧି ସାଇକେଲରେ ବିଧାନସଭା ଆସିଥିଲେ । ଶୁକ୍ରବାର ଏଭଳି ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା ।

ସରକାର ତୁରନ୍ତ ରାଜ୍ୟ ମାନ୍ୟତା ଦାବିରେ ଗୃହରେ ପ୍ରସ୍ତାବ ଆଣିବା ସହ ଏହାକୁ ଗୃହୀତ କରାନ୍ତୁ ବୋଲି ବିରୋଧୀ ସଦସ୍ୟମାନେ ଦାବି କରିଥିଲେ । ପ୍ରସ୍ତାବ ଉପରେ ଆଲୋଚନା କରି ଗୃହୀତ କରାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିରୋଧୀ ଦଳ ନେତା ଆର ଶିବ କହିଥିଲେ । ମୁଖ୍ୟମନ୍ତ୍ରୀ ବିଭିନ୍ନ ଅସୁବିଧା କଥା ଦର୍ଶାଇ ରାଜ୍ୟ ମାନ୍ୟତା ଜରୁରୀ ବୋଲି କହୁଛନ୍ତି ।

Advertisement

ଅନ୍ୟପକ୍ଷେ ରାଜ୍ୟ ହୋଇଥିଲେ ଯେଉଁ ସୁବିଧା ମିଳିଥାନ୍ତା, ଏବେ କେନ୍ଦ୍ରଶାସିତ ଅଂଚଳ ହୋଇ ସେହିସବୁ ସୁବିଧା ପାଉଛି ବୋଲି ଉପରାଜ୍ୟପାଳ କହୁଛନ୍ତି । କେଉଁଟା ସତ ତାହା ଗୃହରେ ଆଲୋଚନା ମାଧ୍ୟମରେ ସ୍ପଷ୍ଟ ହେବା ଆବଶ୍ୟକ ବୋଲି ବିରୋଧୀ ଦଳ ନେତା କହିଥିଲେ । ପ୍ରଶାସନ ଏବଂ ଅମଲାମାନଙ୍କ ହାତରେ ପ୍ରକୃତ କ୍ଷମତା ରହିଛି । ସେମାନେ ମୁଖ୍ୟମନ୍ତ୍ରୀଙ୍କ ବିନା ଜ୍ଞାତସାରରେ ଅନେକ ନିଷ୍ପତି ନେଉଛନ୍ତି । ଏପରିକି ପୁଡୁଚେରିର ସାଧାରଣ ସେବା ଅଧିକାରୀମାନଙ୍କୁ ବଦଳି କରିବା କ୍ଷମତା ନିର୍ବାଚିତ ସରକାରଙ୍କର ନାହିଁ ବୋଲି ଡିଏମ୍‌କେ ବିଧାୟକମାନେ କହିଥିଲେ ।

Leave a Reply

Your email address will not be published. Required fields are marked *