Pratidin TV

Odisha's Digital News Platform

ରିଲ୍ ରୁ ରିଏଲ ଲାଇଫ , ସାତ ଜନ୍ମର ସାଥୀ ହଲେ ପୁଲକିତ ଓ କ୍ରିତି…

1 min read

ରିଲ୍ ରୁ ରିଏଲ ଲାଇଫ୍ ଏବେ ସାତ ଜନ୍ମର ସାଥୀ ହୋଇଛନ୍ତି ପୁଲକିତ ଓ କ୍ରିତି । ରିଲ୍ ଲାଇଫରୁ ସତସତିକା ଜୀବନସାଥୀ ସାଜିଛନ୍ତି । ଦୁହେଁ ଅନେକ ଦିନ ହେଲାଣି ପରସ୍ପରକୁ ଡେଟ୍ କରୁଥିଲେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହରିୟାଣାର ମାନେସରାରେ ଥିବା ଆଇଟିସି ଗ୍ରାଣ୍ଡ ଭାରତ ପ୍ୟାଲେସରେ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଛନ୍ତି । ବିବାହ ପରେ କ୍ରିତି ସୋଶିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋକୁ ୟୁଜର୍ସ ମାନେ ବେସ୍ ପସନ୍ଦ କରିଛନ୍ତି ।

ବିବାହରେ କ୍ରିତି ହଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ପୁଲକିତ୍ ହାଲୁକା ସବୁଜ ରଙ୍ଗର ଶେରୱାନୀ ପିନ୍ଧିଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି, ପୁଲକିତ କ୍ରିତିଙ୍କ ସହ ଏହା ହେଉଛି ଦ୍ୱିତୀୟ ବିବାହ । ଏହାପୂର୍ବରୁ ପୁଲକିତ ସଲମାନ ଖାନଙ୍କ ସମ୍ପର୍କୀୟ ଭଉଣୀ ଶ୍ୱେତା ରୋହିରାଙ୍କୁ ବିବାହ କରିଥିଲେ । ଶ୍ୱେତାଙ୍କ ସହ ତାଙ୍କର ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିଲା । ବିବାହର ମାତ୍ର ଗୋଟିଏ ବର୍ଷ ପରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା । ଏହାପରେ ପୁଲକିତ ‘ପାଗଲପନ୍ତୀ’ର ସେଟରେ କ୍ରିତିଙ୍କ ସହ ଭେଟିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଏହି ଫିଲ୍ମର ପ୍ରମୋସନ ସମୟରେ ଅଭିନେତ୍ରୀ ଉଭୟଙ୍କ ସମ୍ପର୍କକୁ ନିଶ୍ଚିତ କରିଥିଲେ । ଦୀର୍ଘ ବର୍ଷର ଡେଟିଂ ପରେ ଏବେ ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି ଉଭୟ ।

Leave a Reply

Your email address will not be published. Required fields are marked *