ସେଆର କଲେ ବିବାହର ମାସ…….ମାର୍ଚ୍ଚରେ ପଡିବ ହାତଗଣ୍ଠି……
1 min readବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ପୁଲକିତ ସମ୍ରାଟ ଓ କୃତି ଖରାବନ୍ଦା | ଭ୍ୟାଲେଣ୍ଟାଇନ ଡେ ରେ ଏକ ପୋଷ୍ଟ ସେଆର କରି ଜଣାଇଛନ୍ତି ବିବାହ ସମ୍ପର୍କରେ | ସୋସିଆଲ ମିଡିଆରେ ପୁଲକିତଙ୍କ ସହ ଏକ ଫଟୋ ସେଆର କରି କ୍ରିତି କ୍ୟାପସନ ଦେଇଛନ୍ତି ‘ଲେଟସ ମାର୍ଚ୍ଚ ଟୁଗେଦର ହ୍ୟାଣ୍ଡ ଇନ ହ୍ୟାଣ୍ଡ |’ପୁଲକିତ ମଧ୍ୟ ଉଭୟଙ୍କ ଫଟୋ ସେଆର କରି କ୍ୟାପସନ ଦେଇଛନ୍ତି, ‘ଆଇ ଡୁ, ଆଇ ଡୁ, ଆଇ ଲଭ ୟୁ |’
ଏହି ପୋଷ୍ଟରୁ ଜଣାପଡିଛି ଯେ, ଦୁହେଁ ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି | ଗତ ଜାନୁଆରୀରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା | ଉଭୟଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା, ଯେଉଁଥିରେ ସେମାନେ ଦୁହିଁ ପାରମ୍ପରିକ ବେଶରେ ନଜର ଆସିଥିଲେ | ଫଟୋରେ ଦୁହେଁ ନିର୍ବନ୍ଧ ମୁଦି ପିନ୍ଧି ଦୁହେଁ ପୋଜ ଦେଉଥିବାର ଦେଖିବାକୁ ମିଳିଥିଲା |
ଖାବ ମିଳୁଛି କି, ଦୁହେଁ ମାର୍ଚ୍ଚରେ ଦିଲ୍ଲୀ ଠାରେ ବିବାହ କରିପାରନ୍ତି | ଦୁହେଁଙ୍କର ପ୍ରଥମ ଭେଟ ପାଗଳପନ୍ତି ସେଟରୁ ହୋଇଥିଲା | ଉଭୟ ଗତ ୫ ବର୍ଷ ଧରି ଡେଟ କରି ଆସୁଥିଲେ | ପୁଲକିତ ଏହା ପୂର୍ବରୁ ଶ୍ୱେତ ରୋହିରାଙ୍କୁ ବିବାହ କରିଥିଲେ | ହେଲେ ବିବାହ ଠିକ୍ ରେ ଚାଲି ନଥିବା କାରଣରୁ ଦୁହେଁ ୧୧ ମାସ ପରେ ଅଲଗା ହୋଇଯାଇଥିଲେ |