Pratidin TV

Odisha's Digital News Platform

ସାତ ଜନମର ସାଥୀ ହେବେ ପୁଲକିତ ଓ କ୍ରିତି , ଆଜିଠୁ ଆରମ୍ଭ ବିବାହ କାର୍ଯ୍ୟକ୍ରମ ..

1 min read

ଦୀର୍ଘଦିନର ପ୍ରତିକ୍ଷା ପରେ ଆଜି ଏବେ ପୁଲକିତଙ୍କ ପ୍ରେମିକାରୁ ପତ୍ନୀ ହେବାକୁ ଯାଉଛନ୍ତି ଅଭିନେତ୍ରୀ କ୍ରିତି ଖରବନ୍ଧା । ଏହି ଦମ୍ପତ୍ତି ପରିବାର ଏବଂ ସମ୍ପର୍କୀୟ ଉପସ୍ଥିତିରେ ପଞ୍ଜାବୀ ରୀତିନୀତିରେ ବିବାହ କରିବେ । ମାର୍ଚ୍ଚ ୧୫ ମନେସର ଏକ ହୋଟଲରେ ସାତ ଫେରାନେଇ ସାତ ଜନ୍ମର ସାଥୀ ହେବେ ଉଭୟ । ତେବେ ଆଜିଠାରୁ ଉଭୟଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଜି ମେହେନ୍ଦି ସେରମନିରୁ ବିବାହ ଉତ୍ସବ ଆରମ୍ଭ କରିବେ ।

ଏବଂ ଆସନ୍ତାକାଲି ହଳଦୀ ସମାରୋହ ରହିଛି । ମାର୍ଚ୍ଚ ୧୪ର ସନ୍ଧ୍ୟାରେ ପୁଲକିତ ଏବଂ କ୍ରିତି ସେମାନଙ୍କ ଅତିଥିମାନଙ୍କ ପାଇଁ ଏକ କକଟେଲ ପାର୍ଟି ଆୟୋଜନ କରିବେ ଏବଂ ଶେଷରେ ଏହି କପଲ ମାର୍ଚ୍ଚ ୧୫ରେ ପାରମ୍ପରିକ ପଞ୍ଜାବୀ ରାତିନୀତିରେ ବିବାହ କରିବେ ବୋଲି ଜଣାପଡିଛି ।ଅତିଥି ତାଲିକା ବିଷୟରେ କହିବାକୁ ଗଲେ, ଉଭୟଙ୍କ ବିବାହରେ କେହି ବି-ଟାଉନର ସେଲିବ୍ରିଟି ଯୋଗଦେବେ ନାହିଁ । କେବଳ ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିବେ ।

ତଥାପି କିଛି ସେଲିବ୍ରିଟି ଅନ୍ତର୍ଭୁକ୍ତ ହୋଇପାରନ୍ତି ଯେଉଁମାନେ ସେମାନଙ୍କ ପରିବାର ସଦସ୍ୟ ଭାବେ ସାମିଲ ହୋଇପାରନ୍ତି । ଏହି ବିବାହକୁ ବ୍ୟକ୍ତିଗତ ରଖାଯାଇଛି ଏପରିକି ଏହି ବାହାଘରରେ ଗଣମାଧ୍ୟମର ପ୍ରବେଶକୁ ଅନୁମତି ନାହିଁ ।

Leave a Reply

Your email address will not be published. Required fields are marked *