Pratidin TV

Odisha's Digital News Platform

ପୁନେ ପୋର୍ସ କାର ଦୁର୍ଘଟଣା, ଦ୍ବାଦଶ ଶ୍ରେଣୀ ରେଜଲ୍ଟ ବାହାରିବା ଖୁସିରେ ପାର୍ଟି କରିଥିଲା ଅଭିଯୁକ୍ତ ନାବାଳକ

ମାତ୍ର ୨ ଘଣ୍ଟାରେ ନାବାଳକକୁ ୪୮ ହଜାର ଟଙ୍କାର ମଦ ଦେଇ ଗିରଫ ହେଲେ ବାର ମାଲିକ ଓ ମ୍ୟାନେଜର | ପୁନେର ପୋର୍ସ କର ଦୁର୍ଘଟଣାରେ ବନ୍ଧା ହୋଇଛନ୍ତି ଏବେ ଆଉ ଦୁଇ ଜଣ ବ୍ୟକ୍ତି | ସେହି ୨ ଜଣ ବ୍ୟକ୍ତି ପରୋକ୍ଷ ଭାବରେ ସଂଶ୍ଲିଷ୍ଟ ଅଛନ୍ତି | କାରଣ ଯେଉଁ ବାରରେ ବସି ନାବାଳକ ନିଜ ସାଙ୍ଗ ମାନଙ୍କ ସହ ମଦ ପିଉଥିଲେ ସେହି ବାରରେ ନାବାଳକକୁ ୪୮ ହଜାର ଟଙ୍କାର ମଦ ପରଷା ଯାଇଥିଲା | ଯେଉଁ କାରଣ ପାଇଁ ବାର ମାଲିକ ଓ ମ୍ୟାନେଜରକୁ ଗିରଫ କରିଛି ପୋଲିସ |

କାର ଚଳାଉଥିବା ନାବାଳକ ଯୁକ୍ତ ୨ ଫଳାଫଳ ବାହାରିବା ଖୁସିରେ ପାର୍ଟି କରୁଥିଲେ | ତେବେ ମହାରାଷ୍ଟ୍ରର ଆଇନ ଅନୁଯାୟୀ ମଦ୍ୟପାନ କରିବା ଆଇନଗତ ବୟସ ୨୫ ବର୍ଷ ରହିଥିବା ବେଳେ ଯଦି କୌଣସି ବାରରେ ୨୫ ବର୍ଷ କାମ ବୟସ ପିଲାଙ୍କୁ ମଦ ଦିଆଯାଏ ତେବେ ତାଙ୍କ ଉପରେ ଆଇନଗତ କ୍ଲାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ | ଏହି କାରଣ ପାଇଁ ବାର ମାଲିକ ଏବଂ ମ୍ୟାନେଜରକୁ କରାଯାଇଛି ଗିରଫ |

ଗୋଟିଏ ପଟେ ବାପା କୋଟିପତି ବିଲଡର ଥିବା ସମୟରେ ଅନ୍ୟପଟେ ଦାଦାଙ୍କର ଅଣ୍ଡରୱାର୍ଲଡ ଡ଼ନ ଛୋଟା ରାଜନ ସହ ରହିଛି ସମ୍ପର୍କ | ତେବେ ନାବାଳକଙ୍କ ଦାଦା ସୁରେନ୍ଦ୍ର କୁମାର ଅଗ୍ରୱାଲ ନିଜ ଭାଈଙ୍କ ସହ ସମ୍ପତି ବିବାଦ ହେବା କାରଣରୁ ଛୋଟ ରାଜନକୁ ସାହାଯ୍ୟ ମାଗିଥିଲେ | ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟରେ ମାମଲା ଚାଲିଛି |

Leave a Reply

Your email address will not be published. Required fields are marked *