ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ : ଛୁଆ ନହେବାରୁ ବୋହୁକୁ ଖୁଆଇଲେ ‘ମଣିଷ ହାଡ ଗୁଣ୍ଡ’
1 min readପୁନେ : ଆଜିର ଅତ୍ୟାଧୁନିକ ବିଜ୍ଞାନ ଯୁଗରେ ବି ମଣିଷ ଅନ୍ଧବିଶ୍ୱାସରେ ବାଟବଣା ହୋଇ, କରି ବସୁଛି ଅମାନବିକ ନୃଶଂସ କାର୍ଯ୍ୟ । ନିକଟରେ ଏକ ଏଭଳି ଘଟଣା ଘଟିଛି ଯାହା ଆପଣଙ୍କୁ ଚକିତ କରିବା ସହ ମଣିଷ ଜାତିପ୍ରତି ଘୃଣା ଭାବ ସୃଷ୍ଟି କରିବ ।
ପୁନେ ଜଣେ ମହିଳାଙ୍କ ସହ ଘଟିଛି ଏକ ଏଭଳି ଅମାନୁଷିକ ଘଟଣା ।
ସେ ବୁଧବାର କରିଥିବା ଅଭିଯୋଗ ଅନୁଯାୟୀ , ପ୍ରଥମେ ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିଲେ । ପରେ ପୀଡିତା ମହିଳା ଜଣଙ୍କର ପିଲା ଝୁଆ ନହେବାରୁ ସେମାନେ ଜଣେ ତାନ୍ତ୍ରିକ ପାଖକୁ ନେଇ ମହିଳା ଜଣଙ୍କୁ ଦେଖାଇଥିଲେ । ତାନ୍ତ୍ରିକର କହିବା ଅନୁଯାୟୀ ଯଦି ସପୃକ୍ତ ମହିଳା ମଣିଷ ହାଡ ଗୁଣ୍ଡ ଖାଆନ୍ତି । ତେବେ ତାଙ୍କର ଛୁଆ ନହେବା ସମସ୍ୟା ଦୂର ହେବ । ଏବଂ ସେ ଯଥାଶୀଘ୍ର ଗର୍ଭଧାରଣ କରିପାରିବେ । ଏନେଇ ଶାଶୁଘର ଲୋକେ ଏବଂ ପୀଡିତାଙ୍କ ସ୍ୱାମୀ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ତାନ୍ତ୍ରିକର କହିବା ଅନୁଯାୟୀ ଝରଣା ତଳେ ବସାଇଥିଲେ । ଏହାପରେ ତାନ୍ତ୍ରିକକୁ ସେଠାରୁ ଭିଡିଓକଲ କରି ବିଧି ଆରମ୍ଭ ପୂର୍ବକୁ ସବୁ କରିଥିଲେ । ଏବଂ ତା ସହ ହାଡ ଗୁଣ୍ଡ ଖାଇବାକୁ ବାଧ୍ୟ କରିଥିଲେ । ଏନେଇ ଇ ସପୃକ୍ତ ମହିଳା ନିରୁପାୟ ହୋଇ ଥାନାର ଦ୍ୱାରାସ୍ତ ହୋଇଥିଲେ ।
ମହିଳାଙ୍କ ଅଭିଯୋଗ ପାଇବା ପରେ ପୁନେ ଡେପୁଟି କମିଶନର ସୁହାଲି ଶର୍ମା କହିଛନ୍ତି ଯେ , ଏହା ଏହ ସମ୍ବେଦନଶୀଳ ମାମଲା ଆମେ ଏହାକୁ ଗୁରୁତର ସହ ନେଇଛୁ । ସ୍ୱାମୀ ସମେତ ଶାଶୁଘରର ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛୁ । ସେମାନଙ୍କ ବିରୋଧରେ ୪୯୮ ଏ, ୩୨୩, ୫୦୪, ୫୦୬ ଦଫା ଲଗାଇଛି ପୋଲିସ ।