Pratidin TV

Odisha's Digital News Platform

ମନ୍ତ୍ରୀଙ୍କ ଘରକୁ ଆସିଲେ ପୁଙ୍ଗନୂର୍ ପ୍ରଜାତିର ଗାଈ,ପୂଜାର୍ଚ୍ଚନା କରି କଲେ ନାମ କରଣ…

1 min read

ମନ୍ତ୍ରୀଙ୍କ ଘରେ ଗୋମାତା କଲେ ଗୃହପ୍ରବେଶ । ପବିତ୍ର ଗୋପାଷ୍ଟମୀ ଅବସରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ସରକାରୀ ବାସଭବନରେ ପାଳନ ହୋଇଛି ଏହି ନିଆରା ପରମ୍ପରା ।

ଆଜି ହେଊଛି ପବିତ୍ର ଗୋପାଷ୍ଟମୀ। ଏହି ଅବସରରେ ମନ୍ତ୍ରୀଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରେ ନୂଆ ଅତିଥିକୁ ପାଛୋଟି ନେଇଛନ୍ତି । ପୁଙ୍ଗନୂର୍ ପ୍ରଜାତିର ଗାଈ ଏବଂ ବଳଦ ଆଣିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପବିତ୍ର ଗୋପାଷ୍ଟମୀ ଅବସରରେ ଗାଈ ବଳଦଙ୍କୁ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ।

Advertisement

ଗୋବିନ୍ଦ ଗୋଧାମ ଗୋଶାଳାର ସାଧୁସନ୍ଥଙ୍କ ଗହଣରେ ବହୁ ଆଡ଼ମ୍ବରରେ ପୁଙ୍ଗାନୂର୍ ଗୋମାତାଙ୍କ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ। ଆନ୍ଧ୍ର ପ୍ରଦେଶର ଚିତୁରରୁ ସେଠାକାର ପାରମ୍ପରିକ ପୁଙ୍ଗାନୁର ପ୍ରଜାତିର ଦୁଇଟି ଗାଈ ଅଣାଯାଇଛି। ଏହା ଏକ ଭାରତୀୟ ପ୍ରଜାତିର ଗାଈ ଯାହା ଉଚ୍ଚତା କମ୍ ବିଶିଷ୍ଟ ହୋଇଥାଏ। ଏହି ଦୁଇ ଗୋ ମାତାଙ୍କ ଭବ୍ୟ ପୂଜାର୍ଚ୍ଚନା କରିବା ସହ ତାଙ୍କର ନାମକରଣ ମଧ୍ୟ କରଯାଇଛି ।ସେହି ଦୁଇଜଣଙ୍କ ନାମ ” ସୁରଭୀ-କ୍ରୀଷ୍ଣା” ରଖାଯାଇଛି।

ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ଗାଈମାନଙ୍କର ସଂରକ୍ଷଣ ପାଇଁ ମଧ୍ୟ ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ ହୋଇଛି। ଓଡ଼ିଶାରେ କିଭଳି ଗୋ ଅଧିନିୟମର କାର୍ଯ୍ୟକାରୀ ହେବ ତାହା ଉପରେ ଗୁରୁତ୍ୱ ସରକାର ଦେଉଥିବା କହିଛନ୍ତି ମନ୍ତ୍ରୀ। ଏଥିସହିତ ଗୋ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ମନ୍ତ୍ରୀ।

Leave a Reply

Your email address will not be published. Required fields are marked *