Pratidin TV

Odisha's Digital News Platform

ଜରୁରୀ କାଳୀନ ସମୟରେ ଟଙ୍କା ଡିପୋଜିଟ କଲେନି କ୍ୟାସିୟର, କରୁଛନ୍ତି ଅଜବ ଯୁକ୍ତି…

ଗ୍ରାମାଞ୍ଚଳରେ ଲୋକ ମାନଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇଦେବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ କିଛି ବ୍ୟାଙ୍କ କର୍ତ୍ତୁପକ୍ଷ କିନ୍ତୁ ଏହାକୁ ବେଖାତିର କରିବା ସହ ବ୍ୟାଙ୍କ ଆସୁଥିବା ଲୋକଙ୍କୁ ର୍ଦୁବ୍ୟବହାର କରୁଛନ୍ତି । ଏମିତି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ତିଗିରିଆ ନୂଆପାଟଣା ଅଞ୍ଚଳରେ । ଆଉ ଏମିତି ବେଖାତିର କରୁଥିବା ବ୍ୟାଙ୍କ ହେଉଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ।

ସୂଚନା ଅନୁସାରେ ଜଣେ ବ୍ୟକ୍ତି ବ୍ୟାଙ୍କଙ୍କୁ ଟଙ୍କା ଡିପୋଜିଟ କରିବା ପାଇଁ ଯାଇଥିଲେ । ସେ ଅନେକ ସମୟ ଅପେକ୍ଷା କରିବା ସ୍ୱ ତ୍ତ୍ୱେ ମଧ୍ୟ ତାଙ୍କର ଟଙ୍କା ଡିପୋଜିଟ ହୋଇ ପାରିନଥିଲା । ପରେ ବ୍ୟାଙ୍କର ଶାଖା ପରିଚାଳକ କ୍ୟାସିୟରଙ୍କୁ ଉକ୍ତ ବ୍ୟକ୍ତିଙ୍କର ଟଙ୍କା ଡିପୋଜିଟ କରିବାକୁ କହିଥିଲେ । ହେଲେ ଶାଖା ପରିଚାଳକଙ୍କ କଥାକୁ ବେଖାତିର କରି ଡିପୋଜିଟ କରିବାକୁ ସିଧା ସିଧା ମନା କରିଦେଲେ କ୍ୟାସିୟର । ବାହାନା ଦେଖାଇଲେ କହିଥିଲେ ବ୍ୟାଙ୍କ ଛୁଟି ହେଲାଣି ଆଜି ଆଉ ଡିପୋଜିଟ ହେବନି । ଜଣେ ବ୍ୟକ୍ତି ୩ଟାରୁ ଯାଇଥିବା ବେଳେ ବ୍ୟାଙ୍କ ଛୁଟି ସମୟ ହେଇଗଲା ପଛେ ସେ ତାଙ୍କ ଟଙ୍କା ଡିପୋଜିଟ କରି ପାରିଲେ ନାହିଁ । ବ୍ୟକ୍ତି ଜଣକ ତାଙ୍କ ସମ୍ପର୍କୀୟ ଭାଇଙ୍କ ପାଖକୁ ମେଡିକାଲ ଖର୍ଚ୍ଚ ପାଇଁ ଟଙ୍କା ପଠାଇବାର ଥିଲା । ହେଲେ ଏଭଳି ଦରକାରୀ ସମୟରେ ସେ ଟଙ୍କା ପଠାଇ ପାରିଲେ ନାହିଁ । ତେବେ କାହା ସ୍ୱାର୍ଥ ପାଇଁ ନୂଆପାଟଣାରେ କାମ କରୁଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା । କାହା ସାହାସରେ ବ୍ୟାଙ୍କ କ୍ୟାସିୟର ଲୋକଙ୍କୁ ଏଭଳି ବ୍ୟବହାର ଓ ଅଜବ ଯୁକ୍ତି କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *