Pratidin TV

Odisha's Digital News Platform

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ୮ ଅଭିଯୁକ୍ତଙ୍କ ନାଁ ଓ ଫଟୋ ଜାରି କଲା ପୋଲିସ୍‌

ନୂଆଦିଲ୍ଲୀ: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ନାଁ ଓ ଫଟୋ ରିଲିଜ୍ କରିଛି ପଞ୍ଜାବ ପୋଲିସ୍ । ପୂର୍ବରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାର୍ ଏହି ହତ୍ୟାରେ ନିଜର ସମ୍ପୃକ୍ତି ଦାବି କରିଥିଲେ । ଏପରିକି ଏହି ଘଟଣାରେ ପୋଲିସ୍ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ ମଧ୍ୟ କରିଥିଲା । ସାର୍ପ ଶୁଟରଙ୍କୁ କାର୍ ଯୋଗାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ମେ ୨୯ ତାରିଖରେ ମନସା ଜିଲ୍ଳାରେ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହାର ଗୋଟିଏ ଦିନ ପୂର୍ବରୁ ମୁସେୱାଲାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଥିଲେ ଆପ୍ ସରକାର ।
ସୋମବାର ପୋଲିସ ପକ୍ଷରୁ ୮ ଜଣ ଅଭିଯୁକ୍ତଙ୍କ ନାମ ସହିତ ଫଟୋ ଜାରି କରାଯାଇଛି ।

୧ ମନପ୍ରୀତ୍ ସିଂ ମନ୍ନୁ: ସିଦ୍ଧୁଙ୍କ ହତ୍ୟା ମାମଲାରେ ପଞ୍ଜାବ ପୋଲିସ୍ ପ୍ରଥମେ ଉତ୍ତରାଖଣ୍ଡରୁ ମନ୍ନୁକୁ ଗିରଫ କରିଥିଲା । ଟାର୍ଣ୍ଣ ଟାରାନ୍ ଜିଲ୍ଲାର କୁଶାରେ ରହୁଥିବା ମନପ୍ରୀତ ବର୍ତ୍ତମାନ ୫ ଦିନିଆ ପୋଲିସ୍ ରିମାଣ୍ଡରେ ଅଛି ।

୨ ଜଗରୁପ୍ ସିଂ ରୂପା : ଟାର୍ଣ୍ଣ ଟାରାନ୍ ଜିଲ୍ଲାର ବାସିନ୍ଦା ଜଗରୂପ ଜଉରା ଜିଲ୍ଲାର ବାସିନ୍ଦା ।

୩ ହରକମଲ୍‌: ହରକମଲ ବା ରାନୁ ନାମରେ ପରିଚିତ ହରକମଲ ପଞ୍ଜାବର ଭଟିଣ୍ଡା ଜିଲ୍ଲାର ସାର୍ପ ଶୁଟର ।

୪ ପ୍ରିୟା ରାୱତ: ପ୍ରିୟା ରାୱତ୍ ଓର୍ଫ ଫୌଜି ହରିୟାଣାର ଶିସାନାଗଡିର ବାସିନ୍ଦା । ଏହା ପୂର୍ବରୁ ଗ୍ୟାଙ୍ଗଷ୍ଟର ବିଟ୍ଟୁ ବରୋଟାର ପିତାକୁ ହତ୍ୟା ମାମଲା ଫୌଜି ନାଁରେ ରହିଛି । ରାମକରଣ ଗ୍ୟାଙ୍ଗରେ ମଧ୍ୟ ସାର୍ପଶୁଟର ଭାବରେ କାମ କରିଛି ଫୌଜି । ୧୨ରୁ ସଙ୍ଗୀନ ମାମଲା ଫୌଜି ନାମରେ ରହିଥିବା ବେଳେ ଏଥିରେ ଦୁଇଟି ହତ୍ୟା ମାମଲା ରହିଛି ।

୫ ମନଜିତ୍‌: ମନଜିତ୍ ଓର୍ଫ ଭୋଲୁ ହରିୟାଣାର ଶିସାନାଗଡିର ବାସିନ୍ଦା ।

୬ ସୌରଭ୍‌: ସୌରଭ୍ ଓର୍ଫ ମହାକାଳ ପୁଣେ, ମହାରାଷ୍ଟ୍ରର ବାସିନ୍ଦା । ମହାକାଲ ନାଁରେ ଏକାଧିକ ମାମଲା ରହିଛି ।

୭ ସନ୍ତୋଷ ଯାଦବ: ସୌରଭ ପରି ସନ୍ତୋଷ ଯାଦବ ମଧ୍ୟ ପୁଣେ, ମହାରାଷ୍ଟ୍ରର ବାସିନ୍ଦା ।

୮ ସୁବାଷ ବନ୍ଦୁରା: ରାଜସ୍ଥାନର ଏକ ଛୋଟିଆ ଯାଗା ସିକରର ବାସିନ୍ଦା ସୁବାଷ ବନ୍ଦୁରା ।

କଂଗ୍ରେସ ବିଧାୟକ ରହିଥିବା ମୁସେୱଲା ଆପ୍ ପ୍ରାର୍ଥୀଙ୍କୁ ୬୩ ହଜାର ଭୋଟରେ ପରାସ୍ତ କରିଥିଲେ । ଏହା ସହିତ ଗତ ମାସରେ ଆପ ପ୍ରାର୍ଥୀଙ୍କୁ ଗଦ୍ଦାର ବୋଲି କହି ଏକ ଗୀତ ମଧ୍ୟ ଲଞ୍ଚ କରିଥିଲେ । ଏହି ଗୀତକୁ ନେଇ ବିବାଦ ହେବା ସହିତ ତାଙ୍କର ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହର କରି ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *