ସରକାରଙ୍କୁ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ଓପନ ଚ୍ୟାଲେଞ୍ଜ; ସବୁ ରାଜ୍ୟକୁ କର ମଦମୁକ୍ତ
1 min readସରକାରଙ୍କୁ ଓପନ ଚ୍ୟାଲେଜ ଦେଲେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ | ସରକାରଙ୍କ ଗୀତ ନ ଗାଇବା ନୋଟିସ ଉପରେ ରାଗିଲେ ଦିଲଜିତ | ତେବେ ବର୍ତ୍ତମାନ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଏବେ ‘ଦିଲ୍-ଲୁମିନାତୀ ଟୁର୍’ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହର ବୁଲି ନିଜ ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି। ଏହାରି ମଧ୍ୟରେ କୋର୍ଟରୁ ଦିଲଜିତଙ୍କୁ ଆସିଥିଲା ନୋଟିସ |ଏହାପରେ ସରକାରଙ୍କୁ ଜବାବ ରଖିଛନ୍ତି ଦିଲଜିତ |
ସୂଚନା ଅନୁଯାୟୀ, ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଏବେ ‘ଦିଲ୍-ଲୁମିନାତୀ ଟୁର୍’ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହର ବୁଲି ନିଜ ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି। ହେଲେ ସେ ଏବେ କିଛିଦିନ ହେବ ତାଙ୍କ କନ୍ସର୍ଟଠୁ ବେଶୀ ତାଙ୍କୁ ମିଳୁଥିବା ଲିଗାଲ୍ ନୋଟିସକୁ ନେଇ ଚର୍ଚ୍ଚାରେ ଅଛନ୍ତି।
ତେବେ ଗୁଜରାଟରେ ଏକ କନ୍ସର୍ଟରେ ଏ ସମ୍ପର୍କିତ ମାମଲାରେ ସେ ମୁହଁ ଖୋଲିଛନ୍ତି। ଦିଲଜିତ କହିଛନ୍ତି ଯେ, ଖୁସିର କଥା ହେଉଛି ଏଥର ମୋତେ କୌଣସି ନୋଟିସ ମିଳିନାହିଁ। ସେ କହିଛନ୍ତି, ‘ମୁଁ ଅନେକ ଭଜନ ଗାଇଛି। ଗତ ୧୦ ଦିନ ଭିତରେ ମୋର ଦୁଇଟି ଭଜନ ରିଲିଜ ହେଲାଣି, ଗୋଟିଏ ଗୁରୁ ନାନକ ଓ ଅନ୍ୟଟି ଭଗବାନ ଶିବଙ୍କ ଉପରେ। ଏହାକୁ ନେଇ କିଛି ଆଲୋଚନା ନାହିଁ। ହେଲେ ସମସ୍ତେ ଟିଭିରେ ବସି ‘ପଟିଆଲା ପେଗ୍’ ଗୀତ ଉପରେ ଆଲୋଚନା କରୁଛନ୍ତି। ମଦକୁ ପ୍ରୋତ୍ସାହିତ କଲା ଭଳି ବଲିଉଡରେ ହଜାର ହଜାର ଗୀତ ଥିବ। ମୋର ଅତି ବେଶୀରେ ୨-୪ଟା ଗୀତ ଏପରି ଅଛି।’ ହେଲେ ବଲିଉଡରେ ବଡ଼ ବଡ଼ ଷ୍ଟାରମାନେ ମଦର ବିଜ୍ଞାପନ କରନ୍ତି। ମୁଁ ଏଭଳି କାମ କରେନାହିଁ।’
ସେ ଆହୁରି ସରକାରଙ୍କୁ ଓପନ ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ, ଯଦି ଦେଶର ସମସ୍ତ ରାଜ୍ୟ ସରକାର ନିଜ ନିଜ ରାଜ୍ୟକୁ ମଦମୁକ୍ତ ଘୋଷିତ କରିଦେବେ, ତେବେ ମୁଁ ମଦ ଉପରେ କେବେ ବି କୌଣସି ଗୀତ ଗାଇବି ନାହିଁ। ଏହା ସମ୍ଭବ କି? ଆପଣ ଯୁବବର୍ଗଙ୍କୁ ବୋକା ବନାଇପାରିବେ ନାହିଁ। ସେ ଆହୁରି ସରକାରଙ୍କୁ ଅଫର କରିଛନ୍ତି, ସେ କହିଛନ୍ତି, ମୁଁ ଯେଉଁ ସହରରେର କନସର୍ଟ କରିବି ସେଠାରେ ଗୋଟିଏ ଦିନ ମଦ ନିଷେଧ କରିବେ ତାହେଲେ ମୁଁ ମଦ୍ୟପାନ ଉପରେ ଆଧାରିତ ଗୀତ ଗାଇବି ନାହିଁ |