Pratidin TV

Odisha's Digital News Platform

ପୁରୀ ଭଉଁରୀ ଯାତ୍ରା ବାଣ ନିଆଁ ଅଘଟଣ, ବଢୁଛି ମୃତ୍ୟୁ ସଂଖ୍ୟା

ମାତ୍ର କିଛି ସମୟ ମଧ୍ୟରେ ବାଜିରେ ଲାଗିଲା ଲୋକଙ୍କ ଜୀବନ | ଚନ୍ଦନ ଯାତ୍ରାର ଭଉଁରୀ ଖେଳ ସମୟରେ ଏକଜୁଟ ହୋଇଥିଲେ ଲୋକେ | ଠିକ ସେହି ସମୟରେ ହେଲା ବାଣ ବିସ୍ପୋରଣ | ଆଖିପିଛୁଳାକେ ହୋଇଗଲା ଧୂଆଁମୟ | ଅନେକ ଲୋକ ବଞ୍ଚି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଚାଲିଯାଇଛି ୨ଟି ଜୀବନ | ଏବଂ ୮ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ନିଜ ଜୀବନ ସହ କରୁଛନ୍ତି ସଂଘର୍ଷ |

ତେବେ ଏହି ଘଟଣାରେ ୩୧ ଜଣ ଆହତ ହୋଇଥିବା ସମୟରେ ୮ ଜଣ ହୋଛନ୍ତି ଗୁରୁତର ଏବଂ ୩ ଜଣଙ୍କ ଜୀବନ ଅତ୍ୟଧିକ ସ୍ୱାସ୍ଥ୍ୟବସ୍ଥା ଖରାପ | ତେବେ ଅନ୍ୟ ଆହତମାନେ ପାଖ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ଅନ୍ୟ କେତେ ଜଣ ଭୁବନେଶ୍ୱର ମେଡିକାଲରେ ହେଉଛନ୍ତି ଚିକିତ୍ସିତ | ଅନ୍ୟପଟେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏସସିବି ମେଡିକାଲରେ ପହଞ୍ଚି ଚିକିତ୍ସିତ ହେଉଥିବା ସମସ୍ତ ଆହତମାନଙ୍କୁ ସମସ୍ତ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ସମସ୍ତ ଆହତଙ୍କ ଚିକିତ୍ସା ହେବ ପରେ ଘଟଣାର ତଦନ୍ତ ଆରମ୍ଭ ହେବ ବୋଲି ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *