ପୁରୀ ବାଣ ବିସ୍ପୋରଣ ; ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
1 min readଦିନକୁ ଦିନ ଭୟଙ୍କର ରୂପ ନେଉଛି ପୁରୀ ବ୍ଲାଷ୍ଟ ଘଟଣା । ପ୍ରଥମ ଦିନରେ ମୃତ୍ୟୁ ସଂଖ୍ୟ ୧ ଥିବା ବେଳେ ୪ ଦିନରେ ଏହା ୧୧ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଆଉ ୧୯ ଗୁରୁତରଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି ।
ଆହୁରୀ ପଢନ୍ତୁ–ପୁରୀ ବାଣ ବିସ୍ପୋରଣ ଘଟଣା , ୮ କୁ ବଢିଲା ମୃତ୍ୟୁ ସଂଖ୍ୟା
ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବାଣ ଏତେ ଜୋରରେ ବ୍ଲାଷ୍ଟ ହୋଇଥିଲା ଯେ ସେଠାରେ ଥିବା ପ୍ରାୟ ୩୦ ରୁ ଉର୍ଦ୍ଧ ଲୋକଙ୍କ ଉପରେ ନିଆଁ ହୁଳା ପଡିଥିଲା । ଏବଂ ଅନେକ ଲୋକ ସେଠାରେ ଜଳିଯାଇଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ପୁରୀ ଚିକିତ୍ସାଳୟ ଏବଂ ପରେ ଏସବି ଆଉ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଘଟଣାଟି ସମ୍ପୂର୍ଣ୍ଣ ଭାବେ କରାଳ ରୂପ ନେଲାନି । ପ୍ରତ୍ୟକ ଦିନ ଜଣେ କି ୨ ଜଣ ଚିକିତ୍ସକଙ୍କ ଜୀବନ ଯାଉଛି ।