Pratidin TV

Odisha's Digital News Platform

ପୁରୀ ବାଣ ବିସ୍ପୋରଣ ଘଟଣା , ମୃତ୍ୟୁ ସଂଖ୍ୟ ୪ କୁ ବୃଦ୍ଧି

ପୁରୀରେ ମହାପ୍ରଭୁଙ୍କ ଚାପଖେଳ ବେଳେ ବାଣ ବସ୍ପୋରଣ ଘଟି ବଡ ଅଘଟଣ ଘଟିଯାଇଛି । ଯେଉଁଥିରେ ପ୍ରାୟ ୩୦ ଲୋକ ଆହତ ହୋଇଥିବା ବେଳେ ହସ୍ପିଟାଲରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଯାହା ଆଜି ଆଉ ଜଣଙ୍କ ମୃତ୍ୟୁ ପରେ ୪ କୁ ବୃଦ୍ଧି ପାଇଛି ।

ବୁଧବାର ରାତିରେ ମହାପ୍ରଭୁଙ୍କ ଭଉଁରୀ ନୀତି ଚାଲିଥିବା ସମୟରେ ନୀତି ଦେଖିବାପାଇଁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା। ଏହି ସମୟରେ ଦେବୀଘାଟ ନିକଟ ଦସତୁଠ ନିକଟରେ ବାଣ ବିସ୍ଫୋରଣ ହୋଇଥିଲା। ଏଥିଯୋଗୁ ନିଆଁ ହୁଳା ଉପସ୍ଥିତ ଲୋକଙ୍କ ଉପରେ ପଡ଼ିବାରୁ ସେମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ପାଣିକୁ ମଧ୍ୟ ଡେଇଁ ପଡିଥିଲେ । ବାଣ ପଡ଼ି ସେଠାରେ ଉପସ୍ଥିତ ପ୍ରାୟ ୩୦ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ଏବଂ ଭୁବନେଶ୍ୱର ଓ କଟକର ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଥିଲା ।

ଚିକିତ୍ସାରତ ସମୟରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କଜ ଜୀବନ ଯାଇଛି । ଅନ୍ୟପଟେ ଗତକାଲି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ନିଜେ ଚିକିତ୍ସାଳୟରେ ପହଞ୍ଚି ମୃତକ ଓ ଗୁରୁତ୍ୱର ମାନଙ୍କ ପରିବାର ସହ କଥା ହୋଇ ଆଶ୍ୱସନା ଜଣାଇଥିଲେ । ଏହାପରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *