Pratidin TV

Odisha's Digital News Platform

ଚର୍ଚ୍ଚାରେ ଯୁବ ଚାଷୀ ସଞ୍ଜୟ ; ବେକାରୀ ସମସ୍ୟ ଦୂରକରିବା ପାଇଁ ସାଜିଲେ ବଡ ବାର୍ତ୍ତା

1 min read

ପୁରୀ : ରାଜ୍ୟରେ କାମ ଧନ୍ଦା ନ ପାଇ ଯୁବ ପିଢ଼ି ମାନେ ବାହାରକୁ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଧୁମାଳ ପଞ୍ଚାୟତ ନରସିଂହପୁର ଶାସନ ଗ୍ରାମର ଯୁବ ଚାଷୀ ସଞ୍ଜୟ କୁମାର ରାୟ ବିଭିନ୍ନ ପ୍ରକାର ଚାଷ କରି ନିଜେ ରୋଜଗାର କରିବା ସହିତ ଦଶରୁ ଉର୍ଦ୍ଧ୍ବ ବେକାରୀ ଯୁବକକୁ ରୋଜଗାର ଯୋଗାଇଛି ବୋଲି ଗ୍ରାମବାସୀ କହିଛନ୍ତି । ଯୁବ ଚାଷୀ ସଞ୍ଜୟ କୁମାର ରାୟ ଜଣେ ନିରୀହ ଗରିବ ପରିବାରର ଲୋକ ।

ପିଲାଦିନୁ ସେ ବାଡ଼ି ବଗିଚାରେ ଗଛ ଲଗାଇବା ତାର ଏକ ସଉକ ଥିଲା । ତାର ଏପରି କାର୍ୟ୍ଯକୁ ଦେଖି ବଡ଼ ହେଲେ ଭଲ ଚାଷୀ ହେବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଥିଲା । ସତକୁ ସତ ଅଞ୍ଚଳବାସୀଙ୍କ କଥା ସତହେଲା । ଯୁବକ ଗ୍ରାଜୁଏଟ ସାରିବା ପରେ ସରକାରୀ ଚାକିରୀ ନ କରି ନିଜ ବୁଦ୍ଧି ବଳ ରେ ସାତ ବର୍ଷରୁ ଉର୍ଦ୍ଧ ହେବ ଲିଜିକୁ ଜମି ନେଇ ସେଥିରେ ବିଭିନ୍ନ ପ୍ରକାର ଆଂମ୍ବ , ବିଭିନ୍ନ ପ୍ରକାର ପରିବା ଓ ଏକ ଏଜର ରୁ ଉର୍ଦ୍ଧ୍ବ ଜମିରେ ମାଛ ଚାଷ କରି ନିଜେ ଦି ପଇସା ରୋଜଗାର କରିବା ସହିତ ଦଶରୁ ଉର୍ଦ୍ଧ ବେକାରୀ ଯୁବକଙ୍କୁ ରୋଜଗାର ଯୋଗାଉଛି ବୋଲି ଗ୍ରାମବାସୀ କହିଛନ୍ତି ।

Advertisement

କାକଟପୁର, ଅସ୍ତରଙ୍ଗ ,ନୟା ହାଟ ,କୁଣ୍ଡେଇ ବଜାରରୁ ଦୈନ୍ୟଦିନ ବେପାର ମାନେ ଆସି ବିଭିନ୍ନ ପ୍ରକାର ଆଂମ୍ବ ସହିତ ପରିବା, ମାଛ କିଣି ନେଉଛନ୍ତି ବୋଲି ଚାଷୀ କହିଛନ୍ତି । ଯୁବକର ଏପରି କାର୍ୟ୍ଯ କଳାପ ଯୋଗୁଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ଏହିପରି ଯୁବ ପିଢ଼ି ମାନେ ଅଯଥା ସମୟ ନଷ୍ଟ ନ କରି ବାହାରକୁ ଦାଦନ ଖଟିବାକୁ ନ ଯାଇ ଚାଷ କାର୍ୟ୍ଯ ମନ ଦିଅନ୍ତି ତାହାଲେ ରାଜ୍ୟରେ ଅଭାବ ଦୂର ହୋଇଜାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଯୁବକର ଏପରି କାର୍ୟ୍ଯକୁ ଧୂମାଳ ପଞ୍ଚାୟତରେ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *