Pratidin TV

Odisha's Digital News Platform

ମାତିଛି ବିଲୁଆ : ନିରବ ବନବିଭାଗ, ଭୟରେ ୧୦ଦିନ ହେବ ଘରୁ ବାହାରୁ ନାହନ୍ତି ଗ୍ରାମବାସୀ

ପୁରୀ : ମାତିଛନ୍ତି ବିଲୁଆ ଦଳ , ଭୟରେ ଘରୁ ବାହରିପାରୁନାହନ୍ତି ଗ୍ରାମବାସୀ । ସବୁଜାଣି ସୁଦ୍ଧା ନିରବ ବସିଛି ବନବିଭାଗ । ଅଭିଯେଅଗ ସତ୍ତ୍ୱେ ବି ନେଉନି ପଦକ୍ଷେପ । ମିଳିଥିବା ସୂଚାନ ଅନୁଯାୟୀ ପୁରୀ ଜିଲ୍ଲାର ଦକ୍ଷିଣ କାଳୀ ମନ୍ଦିର ରାସ୍ତା କାଳିକା ଦେବୀ ସାହିରେ ଦେଖାଦେଇଛି ବିଲୁଆ ଆତଙ୍କ । ଖବର ପାଇ ମଧ୍ୟ ବନ ବିଭାଗ ନିରବ ରହିଛି । ସାହିଲୋକମାନେ ରାତିରେ ଘରୁ ବାହାରିବାକୁ ଭୟ କରୁଛନ୍ତି ।

ଆଜକୁ ପ୍ରାୟ ୧୦ ଦିନ ହେବ ବିଲୁଆ ବୁଲୁଥିବା ନେଇ ସ୍ଥାନୀୟ ଲୋକମାନେ କହୁଛନ୍ତି । ଖାଦ୍ୟ ଅନ୍ୱେଷଣରେ ବିଲୁଆଟି ଚାଲି ଆସି ଯିବା ପାଇଁ ବାଟ ପାଉନଥିବା ସନ୍ଦେହ କରାଯାଉଛି । ଦିନରେ ନାଳ ଭିତରେ ରହି ରାତିରେ କାଳିକା ସାହିରେ ବିଲୁଆ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ହେଲେ ବନବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *