Pratidin TV

Odisha's Digital News Platform

ତୁ ଜମାରୁ ବି ବ୍ୟସ୍ତ ହୋନି, ମୁୁଁଁ ତତେ ଛାଡି କୁଆଡେ ଯିବିନି

1 min read

ପୁରୀ : ଆଜିକାଲିର ସାଙ୍ଗସାଥୀ ସମୟ ସ୍କୁଲ, କଲେଜ୍ ଯାଏଁ । କିଛିଦିନ ଗଲାପରେ ସମସ୍ତେ ସମସ୍ତଙ୍କୁ ଭୁଲି ନିଜ ନିଜ ଜୀବନରେ ବ୍ୟସ୍ତ ହୋଇଯାଆନ୍ତି । ନା ସାଙ୍ଗ ମାନଙ୍କ କଥା ଭାବିବାକୁ ସମୟ ଥାଏ ନା ସେମାନଙ୍କ ସହ ଦୁଇ ପଦ କଥା ହେବାକୁ ।

କିନ୍ତୁ ଏଇ ବନ୍ଦୁତ୍ୱ ହିଁ ସେମିତି ଏକ ସର୍ମ୍ପକ ଯାହାକୁ ଇଶ୍ୱର ଆଗରୁ ଆମ ସହ ଯୋଡି ପଠାଇନଥାନ୍ତି । ଆମି ହିଁ ଏହି ବନ୍ଦୁତ୍ୱ ସର୍ମ୍ପକ ନିଜେ ଗଢିଥାଉ । କିନ୍ତୁ ଆପଣଙ୍କ ଜୀବନର ପ୍ରକୃତ ବନ୍ଧୁ କିଏ ତାହା ଆପଣଙ୍କ ବିପଦ ସମୟ ହିଁ ସାକ୍ଷୀଦେବ । ନିଜ ପରିସ୍ଥିତିକୁ ଖାତିର ନକରି ବୃଦ୍ଧ ବନ୍ଧୁକୁ ଟଲିରେ ଟାଣି ଟାଣି  ହସ୍ପିଟାଲ ଆଣିଛନ୍ତି ଜଣେ ବୃଦ୍ଧ ବନ୍ଧୁ । ଯାହାର ଦୃଶ୍ୟ ଲୋକମାନଙ୍କୁ ବେଶ୍ ଭାବପ୍ରବଣ କରିପକାଇଛି । କାରଣ ଆଜିର ସମାଜରେ ବାପା ମାଁ ବୁଢା ବୁଢୀ ହୋଇଗଲା ପରେ ଘର ପରିବାର ପିଲାଛୁଆ ପଚାରୁନଥିବା ସମୟରେ ନିଜ ବୃଦ୍ଧ ବନ୍ଧୁଙ୍କ  ହସ୍ପିଟାଲ ନେବା ସହ ଦିନରାତି ସେବା କରୁଛନ୍ତି ଆଉ ଜଣେ ବୃଦ୍ଧ ବନ୍ଧୁ । ଆଜ୍ଞା ହଁ ଆମେ କୌଣସି ଫିଲ୍ମର ସିନ୍ କହୁନାହୁଁ ବରଂ ପୁରୀ ବଡଦାଣ୍ଡରୁ ଆସିଥିବା ଏଭଳି ଦୃଶ୍ୟ କଥା କହୁଛୁ । ଯାହାକୁ ଜାଣିବା ପରେ ପଥର ଆଖିରେ ବି ଲୁହ ଆସିଯିବ । ନିଶ୍ୱାର୍ଥପର ବନ୍ଧୁତ୍ୱର ଉଦାହରଣ ପାଲଟିଛନ୍ତି ପୁରୀର ବେଦାନ୍ତ ଚୈତନ୍ୟ ଦାଶ (୬୬)ା ଜଣେ ଜଳଖିଆ ବେପାରୀ ହିସାବରେ ପରିଚିତ ଇସ୍କନ ଦିକ୍ଷିତ ବେଦାନ୍ତ ।

Advertisement

୧୯ ମାର୍ଚ୍ଚ ୨୦୨୦ ମସିହା କୋରୋନା ସମୟରେ ତାଙ୍କ ଦୋକାନକୁ ୧୦ ଟଙ୍କା ୨୫ ପଇସା ଧରି ଆସିଥିଲେ କୋଲକାତା ହାୱାଡା ଜିଲ୍ଲାର ଉଦୟନାରାୟଣ ପୁର ଥାନ ଅନ୍ତର୍ଗତ କମୋଞ୍ଚ ଗ୍ରାମର ୮୫ ବର୍ଷର ବୃଦ୍ଧା ଦେବେନ୍ଦ୍ରନାଥ ପରମାଣିକା ବୃଦ୍ଧଙ୍କୁ ଦେଖି ବେଦାନ୍ତଙ୍କ ମନରେ ତାଙ୍କ ପ୍ରତୀ ଦୟା ସହ ସହେଯାଗର ଇଛା ଭାବ ଜାଗ୍ରତ ହୋଇଥିଲା । ବୃଦ୍ଧଙ୍କ ପରିବାର ତାଙ୍କୁ କୋରୋନା ମହାମାରୀ ସମୟରେ ଘରୁ ବାହାର କରିଦେଇଥିବା ବେଳେ ବେଦାନ୍ତ ତାଙ୍କୁ ନିଜ ପାଖରେ ଆର୍ଶୟ ଦେଇଥିଲେ । ସେବେଠୁ ବୃଦ୍ଧାଙ୍କ ଖାଇବା ପିଇବା ଦାୟିତ୍ୱ ସହ ସେବା ସୁଶୃସା ମଧ୍ୟ କରନ୍ତି ବେଦାନ୍ତ । ଗତକାଲି ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡିବାରୁ ବେଦାନ୍ତ ଟଙ୍କା ଅଭାବରୁ ଗାଡି ଠିକ୍ କରିପାରିନଥିଲେ । ଆମ୍ଭୁଲାନ୍ସକୁ ନଅନାଇ ବେଦାନ୍ତ ଏକ ଟଲିରେ ନିଜ ବନ୍ଧୁଙ୍କୁ ପୁରୀ  ହସ୍ପିଟାଲ ଯାଏ ବୋହିନେଇଯାଇଥିଲେ ।

Leave a Reply

Your email address will not be published. Required fields are marked *