Pratidin TV

Odisha's Digital News Platform

ଶେଷ ହେଲା ପହଣ୍ଡିବିଜେ ନୀତି , ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି

1 min read

ପୁରୀ : ବାଜୁଛି ବିଜେ କାହାଳୀ, ଚାଲିଛି ପହଣ୍ଡି ବିଜେ । ରଥଯାତ୍ରାର ଅନ୍ୟତମ ମନମୁଗ୍ଧକର ନୀତି ହେଉଛି ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ତିନି ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ହୁଳହୁଳି, ହରିବୋଲ ଧ୍ୱନିରେ ସିଂହଦ୍ୱାର ପ୍ରକମ୍ପିତ ।

ଅପେକ୍ଷାର ଅନ୍ତ ଘଟାଇ ଆରମ୍ଭ ହୋଇସାରିଛି ଶ୍ରୀଜିଉଙ୍କ ପହଣ୍ଡି । ଦଇତାଙ୍କ କାନ୍ଧରେ ଶୂନ୍ୟ ପହଣ୍ଡିରେ ବଡ଼ଦାଣ୍ଡକୁ ଓହ୍ଲାଇଥିଲେ ମାଆ ଜଗତ୍ଜନନୀ। ସାତ ପାହାଚରେ ପହଞ୍ଚିବା ପରେ ଦେବୀଙ୍କୁ ତୁଳସୀ ଲାଗି କରାଯାଇଥିଲା। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହୋଇଥିଲେ ଦେବୀ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ସରି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ମାଆ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହୋଇଥିଲା ପହଣ୍ଡି।

Advertisement

ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ପରେ ଆଗରେ ଚାଲିଛନ୍ତି ଶ୍ରୀବଳଭଦ୍ର ଏହାପଛକୁ ଦେବୀ ସୁଭଦ୍ରା ବି ରଥରେ ଚଢ଼ିସାରିଲେଣି । ଶେଷରେ ଝୁଲି ଝୁଲି ଚାଲିଥିଲେ ମହାପ୍ରଭୁ ମହାବାହୁ କାଳିଆ ସାଆନ୍ତ । ଧିରେ ଧିରେ ଅଟକି ଅଟକି ଭକ୍ତଙ୍କ ପରୀକ୍ଷା ନେଇ ରଥକୁ ଚଢିଥିଲେ କାଳିଆସାଆନ୍ତ । ତ୍ରୀଦିଅଁଙ୍କୁ ରଥରେ ଦେଖି ଭାବୁକ ହୋଇପଡୁଛନ୍ତି ଭକ୍ତ । ଚକା ନୟନକୁ ଆଖିରେ ଦେଖି ବିଭୋର ଭକ୍ତ । ସମସସ୍ତ ସ୍ନେହ, ଭକ୍ତି ,ଭାବ ଆଜି ଯେମିତି ବଡଦାଣ୍ଡରେ ଓଜାଡିହୋଇପଡିଛି ।

Leave a Reply

Your email address will not be published. Required fields are marked *