Pratidin TV

Odisha's Digital News Platform

ସୁନା ବେଶରେ ତିନି ଠାକୁର , ରଥରେ ସୁନାବେଶ ଦର୍ଶନ କଲେ ମିଳିଥାଏ କୋଟି ଜନ୍ମର ପୁଣ୍ୟ …

1 min read

ପୁରୀ : ଆଜି ରଥ ଉପରେ ଝଟକୁଛନ୍ତି ତିନି ଠାକୁର । ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ । ପବିତ୍ର ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ପଡିଥାଏ ମହାବାହୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ରଥରେ ଦର୍ଶନେ ଦେଇଛନ୍ତି କାଳିଆ ସାଆନ୍ତ , ସାଙ୍ଗରେ ଅଛନ୍ତି ବଡ ଭାଇ ଓ ଗେହ୍ଲୀ ଭଉଣୀ ସୁଭଦ୍ରା । ଆହାଃ କି ମନଲୋଭା ଦୃଶ୍ୟ ଚାତକ ଭଳି ଭକ୍ତମାନେ ଚାହିଁ ବସିଥାନ୍ତି ଏହି ଦିନଟିକୁ । ଆଜି ସବୁ ଅପେକ୍ଷାର ଅନ୍ତ ଘଟାଇ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ । ହିନ୍ଦୁଧର୍ମଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି ଯେ ରଥରେ ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ। ମହାପ୍ରଭୁଙ୍କ ଏହି ବେଶକୁ ଦର୍ଶନ କରିବା ପାଇଁ କୋଷ କୋଷ ଦୂରରୁ ପୁରୀକୁ ଧାଇଁ ଆସନ୍ତି ଭକ୍ତ ।

ଚାଲନ୍ତୁ ଜାଣିବା ତିନି ଠାକୁର ପରିଧାନ କରିଥିବା ଅଳଙ୍କାରର ନାମ –
ଶ୍ରୀ ବଳଭଦ୍ର –
ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି, ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା ଓ ଝୋବାକଣ୍ଠି
ଶ୍ରୀ ଜଗନ୍ନାଥ – ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି
ମା ସୁଭଦ୍ରା – କିରିଟି, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ,, ଦୁଇଟି ତଗଡି,ସେବତୀ ମାଳି, ଘାଗଡାମାଳି, କଦମ୍ବମାଳି
ତେବେ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ। ବେଶ ଓଲାଗି ପରେ ବଡସିଂହାର ବେଶ ଓ ରାତ୍ର ପହୁଡ ହେବ। ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାର୍କେଟ ଛକରୁ ବ୍ୟାରିକେଡ୍ କରାଯାଇଛି। ଲୋକମାନେ ମାର୍କେଟ ଛକରୁ ବ୍ୟାରିକେଡ଼ରେ ଆସି ବେଶ ଦେଖିବା ପରେ ତିନିରଥ ପଛପଟ ରାସ୍ତା ଦେଇ ପ୍ରସ୍ତାନ କରିବାର ବ୍ୟବସ୍ତା କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *