ଆଜି ଶେଷ ହେବ ଶରଧାବାଲିରେ ଦର୍ଶନ ; ଆଡପମଣ୍ଡପ ବିଜେ କରିବେ ମହାପ୍ରଭୁ …
1 min readଭୁବନେଶ୍ୱର : ପ୍ରଭୁଙ୍କ ଳୀଲାଖେଳା କାହାକୁ ଜଣା ଏଠି ମଣିଷ ଇଛାରେ ବା କଣ ହେଇଛି । ସବୁତ ତାଙ୍କରି ମାୟା । କେତେବେଳେ କେଉଁ ସାଲବେଗ ପାଇଁ ତ ପୁଣି କେତେବେଳେ ବନ୍ଧୁ ମହାନ୍ତିଙ୍କୁ ଦର୍ଶନ ଦେବା ପାଇଁ ଅଟକି ଯାଆନ୍ତି ।
ଗତକାଲି ଠାକୁର ନିର୍ଦ୍ଧାରିତ ସମୟରେ ରଥ ଉପରକୁ ଆସିଥିଲେ । ରଥଟଣାବି ନିର୍ଦ୍ଧାରିତ ସମୟରେ ଘଣ୍ଟାଏ ପୂର୍ବରୁ ହୋଇଥିଲା । କିନ୍ତୁ ମହାପ୍ରଭୁଙ୍କ ଯାହା ଇଛା । ଗତକାଲି ଶରଧାବାଲିରେ ପହଞ୍ଚିବାକୁ ବିଳମ୍ଭ ହୋଇଯାଇଥିଲା । କାରଣ ମହାପ୍ରଭୁ ବୋଧେ କେଉଁ ଭକ୍ତର ଆକୁଳ ନିବେଦନ ରଖି ବାଟରେ ଅଟକିଯାଇଥିଲେ । ତେବେ ଆଜି ସକାଳୁ ସକାଳୁ ଶରଧାବାଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ସନ୍ଧ୍ୟା ଯାଏ ରଥ ଉପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ। ଏହାପରେ ଆରମ୍ଭ ହେବ ଆଡପ ମଣ୍ଡପ ବିଜେ। ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ମହାବାହୁ। ରଥ ଉପରେ ଶ୍ରୀଜିଉମାନଙ୍କର ସମସ୍ତ ନୀତିକାନ୍ତି ଚାଲିଛି।
ଜନ୍ମବେଦୀରେ ଅବସ୍ଥାନ ପରେ ଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଲୀଳାଖେଳା। ଶୁକ୍ରବାରଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା। ଆଉ ଏଥିପାଇଁ ଉତ୍କଣ୍ଠା ସହରେ ଅନାଇ ରହିଛନ୍ତି ଶ୍ରଦ୍ଧାଳୁ ।