Pratidin TV

Odisha's Digital News Platform

ବିପଦରେ ଅଛି କି ମହାପ୍ରଭୁଙ୍କ ରତ୍ନଭଣ୍ଡାର ! ଅରୁଣ ମଲ୍ଲିକଙ୍କ ଚିଠି ପରେ ବିଜୟ ମହାପାତ୍ର ଦେଲେ କିଛି ଏଭଳି ବୟାନ ….

1 min read

ଭୁବନେଶ୍ୱରୀ : ପୁଣି ମହାପ୍ରଭୁଙ୍କ ରତ୍ନଭଣ୍ଡାର କୁ ନେଇ ଉଠିଛି ପ୍ରଶ୍ନ? ରତ୍ନ ଭଣ୍ଡାରରେ କଣ ଅଛି ? ସେଥିରେ କେତେ ପରିମାଣର ମାହାପ୍ରଭୁଙ୍କ ସମ୍ପତ୍ତି ଅଛି ? ସବୁ ସୁରକ୍ଷିତ ଅଛି କି ନାହିଁ ? ତେବେ ରତ୍ନଭଣ୍ଡାର ଖୋଲି ଏହି ସବୁ ଉତ୍ତର ପାଇବାକୁ ପ୍ରାୟ ୧୫ ଦିନ ହେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନିକଙ୍କୁ ଚିଠି ଲେଖିଲେଣି ଇଝଓ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ । ହେଲେ ଏଯାଏଁ କୌଣସି ନିଷ୍ପତ୍ତି ନେଇପାରୁନାହନ୍ତି ରାଜ୍ୟ ସରକାର ।ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷିତ ଥିବା ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ରତ୍ନ ଭଣ୍ଡାରକୁ କିଏ ଦେଖିଛି ? ମୁଁ ଦେଖିଛି ନା ଆଉ କିଏ ଦେଖିଛନ୍ତି ?

Advertisement

ଏହାପରେ ପୁଣି ଏକ ବିବାଦିୟ ବୟାନ ଦେଇଛନ୍ତି ବିଜେଡି ବିଧାୟକ ବିଜୟ ମହାପାତ୍ର । ମହାପ୍ରଭୁଙ୍କ ରତ୍ନଭଣ୍ଡାର ବିପଦରେ ଅଛି । ଏହାପରେ ସେ କହିଛନ୍ତି ଯେ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପରେ କଣ କଣ କାମ ହେବ , କେତେ ଟଙ୍କା ଖର୍ଚ୍ଚ ହେବ । ଏସବୁକୁ ରାଜ୍ୟ ସରକାର ଜନସାଧାରଣଙ୍କ ସମ୍ମୁଖକୁ ଆଣିବା ଦରକାର ନଚେତ୍ ଲୋକମାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇପାରେ । ମହାପ୍ରଭୁଙ୍କ ବିକାଶ ମୂଳକ କାର୍ଯ୍ୟରେ କେହି ବାଧା ସାଜିବେନା କିନ୍ତୁ ରାଜ୍ୟ ସରକାର ଯାହାବି ବିକାଶ କରୁଛନ୍ତି ତାକୁ ସାର୍ବଜନୀନ କରିବା କଥା । ଏହାପରେ ସେ ଆଉ ମଧ୍ୟ କହିଛନ୍ତି ଯେ , ଦୀର୍ଘ ୩୭ ବର୍ଷ ହେବ ଏହା ଖୋଲାଯାଇନାହିଁ । ଭିତରେ ୧୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ସରକାର କାହିଁକି ଏହାକୁ ଖୋଲୁନାହାନ୍ତି ? ପ୍ରଥମେ ଚାବି ହଜିଯାଇଥିଲା । ଏବେ ପୁଣି କଣ ପାଇଁ ଖୋଲାଯାଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜୟ ।

ତେବେ ୧୯୭୮ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ । ସେହି କମିଟି ହିଁ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବା ସହ ଅଳଙ୍କାର ଗୁଡିକୁ ତର୍ଜମା କରାଯାଇଥିଲା । ରତ୍ନ ଭଣ୍ଡାରରେ ୧୨ ହଜାର ୮୩୮ ଭରି ସୁନା ଗହଣା ଥିଲା ।ତେଣୁ ଏହାର କଡା ସୁରକ୍ଷା ନିହାତି ଦରକାର । ପ୍ରକୃତରେ ଏସବୁ ସୁନାଗହାଣା ସେଠାରେ ସୁରକ୍ଷିତ ଅଛି ତ ! ଯଦି ସୁରକ୍ଷିତ ଅଛି ତେବେ କାହିଁକି ଖୋଲାଯାଉନି ରତ୍ନଭଣ୍ଡାର ?

Leave a Reply

Your email address will not be published. Required fields are marked *