Pratidin TV

Odisha's Digital News Platform

ଖୋଲିବ ରତ୍ନଭଣ୍ଡାର ! ହାଇକୋର୍ଟରେ ହେଲା ଶୁଣାଣୀ….

1 min read

କଟକ : ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ହେଲା ଶୁଣାଣୀ । ରତ୍ନଭଣ୍ଡାର ସମ୍ପର୍କିତ ମାମଲା ନେଇ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର କରଯାଇଥିଲା ଯାହାର ଶୁଣାଣି ବୁଧବାର ହୋଇଛି । ରତ୍ନଭଣ୍ଡାର ଖୋଲି ତା’ର ସବିଶେଷ ତାଲିକା ରିପୋର୍ଟ ଆକରରେ ପ୍ରଦାନ କରିବା । ବିପଦଶଙ୍କୁଳ ଅବସ୍ଥାରେ ଥିବା ଅଂଶ ମରାମତି କରିବା । ରତ୍ନଭଣ୍ଡାର ଚାବି ହଜେଇଥିବା ତତ୍କାଳୀନ ଜିଲ୍ଲାପାଳ ଓ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା କରିବା ।

ସିବିଆଇ ଦ୍ବାରା ତଦନ୍ତ କରିବା ଓ ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଢାଞ୍ଚାରେ ରାଜ୍ୟପାଳ କିମ୍ବା କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠକ କରି ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ କରିବା ପାଇଁ ସମୀର ମହାନ୍ତି ନିଜ ଆବେଦନରେ ପ୍ରାର୍ଥନା କରିଥିଲେ । ତେବେ ଏହି ଘଟଣା ଉପରେ ଆଜି ହାଇକୋର୍ଟ ଶୁଣାଣି କରିଛନ୍ତି ।

ASI ଡିଜି, ଅଧିକ୍ଷକ, ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଓ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନୋଟିସ । ଅଗଷ୍ଟ ୭ ରେ ମାମଲାର ପରବର୍ତ୍ତୀ ଶୁଣାଣୀ। ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ପିଟିସନ ଉପରେ ଏହି ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଆବେନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *