ବାହାନଗା ଟ୍ରାଜେଡି ; ସୁରକ୍ଷିତ ଯାତ୍ରୀଙ୍କୁ ଲୁଟୁଥିଲେ ବସ୍ କଣ୍ଡକ୍ଟର , ପର୍ଦାଫାଶ କଲା ପୁରୀ RTO
1 min readଭୁବନେଶ୍ୱର : ବାହନଗା ଟ୍ରେନର ଭୟଙ୍କର ଦୁର୍ଘଟଣାରେ ୨୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ ଆହତଙ୍କ ଚିକିତ୍ସା ଜାରିରହିଛି । ଏହି ସମୟରେ ସୁରକ୍ଷିତଥିବା ଯାତ୍ରୀମାନଙ୍କୁ ବସ୍ ଯୋଗେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଯାଉଥିବା ସମୟରେ ସାମ୍ନାକୁ ଆସିଛି ଏଭଳି କିଛି ଠକାମୀର ଦୃଶ୍ୟ ।
ପୁରୀ ରୁଟ୍ ଦେଇ ବସ୍ ଯୋଗେ ୱେଷ୍ଟ ବେଙ୍ଗଲ ଯାଉଥିବା ଯାତ୍ରୀମାନଙ୍କୁ ଏଭଳି ବିପଦ ସମୟରେ ଲୁଟିଛନ୍ତି ବସ୍ କଣ୍ଡକ୍ଟର ଓ ଡ୍ରାଇଭର । ଟିକେଟ୍ ୧୨୫୦ ଟଙ୍କା ହୋଇଥିବା ବେଳେ ଯାତ୍ରୀମାନଙ୍ ଠାରୁ ୧୮୦୦ ଟଙ୍କା ନେଇଥିଲେ ବସ୍ କଣ୍ଡକ୍ଟର । ଯାହାର ବର୍ତ୍ତମାନ ପର୍ଦାଫାଶ କରିଛି ଆରଟିଓ ଟିମ୍ । ଆଜି ପୁରୀଦେଇ ଏକ ଘରୋଇ ୱେଷ୍ଟ ବେଙ୍ଗଲ ଯାଉଥିବା ସମୟରେ ବସ୍ରେ ହଠାତ୍ ୍ଯାତ୍ରୀ ମାନଙ୍କ ଭଳି ପଶିଥିଲେ କିଛି ଚଟଜସ ଆରଟିଓ ଅଫିସର । ଏହାପରେ ଲୋକମାନଙ୍କୁ ନିଜ ପରିଚୟ ଦେଇ ଟିକେଟ୍ ପଇସା ପଚାରବାରୁ ସବୁ ସତ ସାମ୍ନାକୁ ଆସିଥିଲା । ଏବଂ ଯାତ୍ରୀମାନଙ୍କୁ ତୁରନ୍ତ ଟଙ୍କା ପେରାଇବାକୁ କହିଥିଲେ ଆରଟିଓ ଅଫିସର । ତେବେ ଆରଟିଓ ଅଫିସରଙ୍କ ଏଭଳି କାର୍ଯ୍ୟକୁ ଭୂରୀ ଭୂରୀ ପ୍ରଶଂସା କରିଛନ୍ତି ୱେଷ୍ଟ ବେଙ୍ଗଲ ଯାତ୍ରୀମାନେ ।