Pratidin TV

Odisha's Digital News Platform

(ଭିଡିଓ) ସମାଧି ପାଖରେ ବସି ଦେବାଶିଷଙ୍କୁ ଝୁରୁଛନ୍ତି ପତ୍ନୀ ସଙ୍ଗୀତା ..

1 min read

ଭୁବନେଶ୍ୱର : କାଳର କରାଲ ଦିନ ଭଳି ଏପ୍ରିଲ ୨୧ରେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କ ଜୀବନରେ ମାଡିଆସିଥିଲା ଅନ୍ଧକାର । ସବୁଦିନ ପାଇଁ ମଥାରୁ ଲିଭିଗଲା ସିନ୍ଦୁର , ହାତରୁ ଚାଲିଗଲା ଚୁଡି ଆଉ ୭ ଜନ୍ମର କଥା ଦେଇ ପର କରି ଛାଡିଗଲେ ସ୍ୱାମୀ ଦେବାଶିଷ । ବିଧିର ବିଧାନକୁ କିଏବା ଭାଙ୍ଗି ପାରିବ । ଦେଶ ପାଇଁ ଜୀବନକୁ ଉତ୍ସଗ କରିଦେଇଥିଲେ ଦେବାଶିଷ । ଆଗ ମାଟି ମାଁ ତାପରେ ପରିବାର । ସେ ସିନା ଦେଶ ସହ ନିଜ ବଚନକୁ ରକ୍ଷା କଲେ । ହେଲେ ପରିବାର ସ୍ତ୍ରୀ ସଭିଙ୍କୁ ଏକୁଟିଆ କରି ଚାଲିଗଲେ । ବିବାହର ୨ୟ ସାବିତ୍ରୀକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ ସଙ୍ଗୀତା । ହେଲେ ସେ ସ୍ୱପ୍ନ ସବୁ ସ୍ୱପ୍ନରେ ହିଁ ରହିଗଲା । ଆଜି ସ୍ୱାମୀ ସିନା ନାହିଁ ତା ସମାଧିକୁ ଜାବୁଡି ଧରି ନିଜ ସବୁ କଷ୍ଟ ଯନ୍ତ୍ରଣା ଅଭିମାନକୁ ଆଖିର ଲୁହରେ ବୁହାଉଛନ୍ତି ପତ୍ନୀ ସଙ୍ଗୀତା । ଅନ୍ୟ ସଧବା ନାରୀଙ୍କ ଭଳି ସେ ବି ଦୀର୍ଘାୟୁ କାମନା କରି ଦେବାଶିଷଙ୍କ ପାଇଁ ଆଜି ସାବିତ୍ରୀ ରଖିଥାନ୍ତେ , ହେଲେ ବିଧାତା ଆଜି ଖାଲି କରିଦେଲା ସଙ୍ଗୀତାଙ୍କ ମଥାର ସିନ୍ଦୁରକୁ …

Advertisement

Leave a Reply

Your email address will not be published. Required fields are marked *