Pratidin TV

Odisha's Digital News Platform

ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶକୁ ଅଣଦେଖା ; କିଏ ଭାଙ୍ଗିଛି ନିୟମ , ସେବାୟତ ନା ଅଣସେବାୟତ ?

ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ ପରେ ବି ଶୁଣିଲେନାହିଁ , ରଥ ଉପରକୁ ମୋବାଇଲ ନେଇ କରୁଛନ୍ତି ଭିଡିଓ । ପୁରୀରେ ବଡ ଠାକୁରଙ୍କ ସହ ଏଭଳି ଅଘଟଣା ଘଟିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସେବାୟତମାନଙ୍କ ପାଇଁ କିଛି ନିର୍ଦ୍ଦେଶନାମା ଜାରି କରିଥିଲେ । ତା ମଧ୍ୟରେ ସବୁଠାରୁ ବଡ ନିର୍ଦ୍ଦେଶ ଥିବା କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଇପାରିବେ ନାହିଁ ।

ଯଦି କୌଣସି ସେବାୟତ ମୋବାଇଲ ସହ ଧରାପଡନ୍ତି ବା ମୋବାଇଲ ନେଇ ରଥକୁ ଚଢନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଶାସନର ଏତେ ସବୁ ନିୟମ ପରେ ବି ଆଜି ବାହୁଢା ଯାତ୍ରାରେ ଏହି ନିୟମକୁ ଫୁ ମାରି ରଥ ଉପରକୁ ମୋବାଇଲ ଧରି ଚଢିଛନ୍ତି ସେବାୟତ । ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଚିତ୍ର ଦେଖିବା ପରେ ସେବାୟତ ବଡ ନା ମୁଖ୍ୟ ପ୍ରଶାସକ ବଡ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ଆଜି ଦେବୀ ସୁଭଦ୍ରାଙ୍କ ରଥରୁ ନିଜେ ଅରବିନ୍ଦ ପାଢୀ ଜଣେ ଅଣସେବାୟତଙ୍କୁ ଧରିନେଇଥିଲେ । ଏସବୁ ପରେ ଏବେ ସବୁଠୁ ବଡ ପ୍ରଶ୍ନ ଯେ ରଥକୁ ମୋବାଇଲ ଧରି ଯାଉଥିବା ସେବାୟତ ନା ଅଣସେବାୟତ । ଅବା ଦୁହେଁ ମିଶି ରଥକୁ ମୋବାଇଲ ନେବାର ସାହସ କରୁଛନ୍ତି । ଆଉ ବଡଠାକୁରଙ୍କ ଫଟୋ ଭିଡିଓ କରି ଭାଇରାଲ କରୁଛନ୍ତି ।

Leave a Reply

Your email address will not be published. Required fields are marked *