Pratidin TV

Odisha's Digital News Platform

‘ମହାପ୍ରସାଦ’ ନାଁ ପଛରେ ଥିବା ରହସ୍ୟ …

1 min read

ଭୁବନେଶ୍ୱର : ସଭିଙ୍କ ପ୍ରିୟ କାଳିଆ ଠାକୁର , ଶ୍ରୀମନ୍ଦିରର ସୋଭା ୩ ଦିଅଁ । କିଏ ଭକ୍ତରେ କୋଷ କୋଷ ଦୂରରୁ ନଡିଆ ଜାଚିଦିଏ ତ କିଏ ପୁଣି ଛପନ ପୋଉଟି କରି ବସିଥାଏ । ତେବେ ଆଜି ଆମେ ଆପଣମାନଙ୍କୁ ଶ୍ରୀମନ୍ଦିରର ଏକ ଏପରି ରହସ୍ୟ ବିଷୟରେ କହିବୁ ଯାହ ଆପଣମାନେ ଆଗରୁଜାଣିନଥିବେ । ଏମିତିରେ ଶ୍ରୀମନ୍ଦିରର ରହସ୍ୟ କିଛି କମ୍ ନୁହେଁ କିନ୍ତୁ ଆମେ ଆପଣଙ୍କୁ ଆଜି ମହାପ୍ରସାଦର ରହସ୍ୟ ବିଷୟରେ କହିବୁ । ତେବେ ଆପଣମାନେ କହିପାରିବେକି ମହାପ୍ରସାଦର ନାଁ କାହିଁକି ମହାପ୍ରସାଦ ଏବଂ ଏହା କେମିତି ପ୍ରସ୍ତୁତ ହୋଇଥାଏ । ଅମୁଣିଆ କିପରି ମହାପ୍ରସାଦ ବନେ ଚାଲନ୍ତୁ ଜାଣିବା ।

କୁହନ୍ତି ଭାଗ୍ୟରେ ଥିଲେ ମିଳେ ମହାପ୍ରସାଦ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦରେ ବ୍ୟବହୃତ ହେଉଥିବା ଚାଉଳକୁ ଅମୁଣିଆ କୁହାଯାଏ । ଏହି ଅମୁଣିଆ ରନ୍ଧା ହେଲା ପରେ ଅନ୍ନ ହୋଇଥାଏ । ଯେତେବେଳେ ଏହି ଅନ୍ନ ମନ୍ଦିର ରୋଷଶାଳା ବାହରକୁ ଯାଏ ତାହାକୁ ଛେକ କୁହାଯାଏ । ଏହି ଛେକକୁ ଯେତେବେଳେ ଭୈରବ ଚକ୍ର ଉପରେ ରଖାଯାଏ ତାହାକୁ ଭୋଗ କୁହାଯାଏ । ଏହି ଭୋଗ ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ ହେଲା ପରେ ଏହା ନୈବେଦ୍ୟ ହୋଇଥାଏ ।

Advertisement

ଏହି ନୈବେଦ୍ୟ ମା ବିମଳାଙ୍କୁ ଅର୍ପଣ ହେଲା ପରେ ଏହା ମହାପ୍ରସାଦରେ ପରିଣତ ହୋଇଥାଏ । ଏବଂ ଏହି ମହାପ୍ରସାଦ ପରମେଶ୍ୱରଙ୍କ ପାଖରେ କୈବଲ୍ୟ କୁହାଯାଏ । ଆଉ ଏହି କୈବଲ୍ୟ ଭକ୍ତଙ୍କ ଦ୍ୱାରା ସେବନ ହେଲାପରେ ବଳିପଡିଥିବା ଅନ୍ନ ନିର୍ମାଲ୍ୟ ହୋଇଥାଏ । ଏବଂ ଏହି ନିର୍ମାଲ୍ୟ ମୃତ୍ୟୁ ଶର୍ଯ୍ୟାରେ ଥିବା ବ୍ୟକ୍ତିଙ୍କୁ ମିଳିଲେ ସମସ୍ତ ପାପ କ୍ଷୟ ହୋଇ ମଣିଷ ସ୍ୱର୍ଗ ପ୍ରାପ୍ତ କରେ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *