ସରିଲା ଜନ୍ମବେଦୀ ଲୀଳାଖେଳା : ଆଜି ପୁଣି ରତ୍ନବେଦୀକୁ ବାହୁଡିବେ ଚତୁର୍ଦ୍ଧାମୂରତୀ …
1 min readଭୁବନେଶ୍ୱର : ସରିଲା ଜନ୍ମବେଦୀରେ ଲୀଳାଖେଳା । ଆଜି ପୁଣି ରତ୍ନବେଦୀକୁ ବାହୁଡିବେ ଶ୍ରୀଜିୟୁ । ଜନ୍ମବେଦୀରେ ୯ ଦିନର ଳୀଳାଖେଳା ସାରି ପୁଣି ରତ୍ନବେଦୀକୁ ବାହୁଡିଯିବେ ଚତୁର୍ଦ୍ଧାମୂରତୀ ।
ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଆଜି ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶଶେଷ ନୀତି ଶେଷ ହେବା ପରେ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ନୀତି ସଂପନ୍ନ ହେଇଛି । ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ସେନାପଟା ଲାଗି ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ନୀତି ପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ।
ତେବେ ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ଠାକୁରମାନେ ରଥାରୁଢ଼ ହେବେ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ଅନୁଷ୍ଠିତ ହେବ ଏହାପରେ ଅପରାହ୍ନ ୪ଟାରେ ରଥଟଣା ହେବ। କାହିଁ କେଉଁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କୁ ଆଜି ଶେଷ ଦର୍ସନ ଦେବେ ଜଗା ବଳିଆ ଓ ମା ସୁଭଦ୍ର । ପୁଣି ଆର ବରଷର ଅପେକ୍ଷାରେ ରହିବେ ବିଦେଶୀ ଭକ୍ତ ।