Pratidin TV

Odisha's Digital News Platform

ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଠେଲାପଲା , ୨ ଗୁରୁତର

1 min read

ପୁରୀ : ଗତକାଲି ସିଂହନାଥ ପୀଠ ଟି- ବ୍ରିଜ୍‌ର ଅଘଟଣ ପରେ ଆଜି ସକାଳୁ ସକାଳୁ ଶ୍ରୀ ମନ୍ଦିରରେ ଅଘଟଣ । ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଆସି ଶ୍ରୀମନ୍ଦିର ଭିତରେ ଗୁରୁତର ହେଲେ ଭକ୍ତଗଣ ।

ସୂଚନାଯୋଗ୍ୟ ଯେ ଆଜି ଆଜି ସକାଳ ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ବ୍ୟାରିକେଡ୍ ଭିତରେ ଗହଳି ଯୋଗୁ ଠେଲାପେଲା ଆରମ୍ଭ ହୋଇଯାଇଥିଲା । ଏହାଭିତରେ ୨ ଜଣ ଅଣନିଶ୍ୱାସୀ ହୋଇ ହୁରୁତର ହୋଇଛନ୍ତି ।ଏଥିରେ ଜଣେ ଛୁଆ ଏବଂ ଆଉ ଜଣେ ବୟସ୍କା ଗୁରୁତର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଆହତ ବ୍ୟକ୍ତି ୨ ଜଣ ହେଲେ କଟକ ପିଠାପୁରର ୧୬ ବର୍ଷୀୟ ଦିବ୍ୟାସାହୁ ଓ ପୁରୀ ହାଡଗଡିଆ ସାହିର ୬୫ ବର୍ଷୀୟ ସୁଲୋଚନା ସାହୁ ।

Advertisement

ଗତକାଲି ମକର ସଂକ୍ରାନ୍ତି ଥିଲା। ସେଥିପାଇଁ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ପହୁଡ଼ ନୀତି ସଂପନ୍ନ ହୋଇଥିଲା। ତେଣୁ ଧାର୍ଯ୍ୟ ସମୟ ଠାରୁ ବହୁ ବିଳମ୍ବରେ ଆଜି ଦ୍ୱାରଫିଟା ନୀତି ସଂପନ୍ନ କରାଯାଇଥିଲା। ସେତେବେଳକୁ ବହୁ ଭକ୍ତ ଅପେକ୍ଷା କରି ରହିଥିଲେ। ଭୋରରୁ ସେମାନେ ଅପେକ୍ଷା କରି ରହିଥିଲେ। ତେଣୁ ଦ୍ୱାର ଫିଟିବା ମାତ୍ରେ ଭକ୍ତମାନେ ଦୌଡ଼ାଦୌଡ଼ି କରି ସିଂହଦ୍ୱାର ଦେଇ ବାଇଶି ପାହାଚରେ ଯାଇ ମନ୍ଦିରରେ ପ୍ରବେଶ କରିଥିଲେ। ଏହି ଦୌଡ଼ାଦୌଡ଼ି ସମୟରେ ପଡ଼ିଯାଇ ଦିବ୍ୟ ସାହୁ ଆହତ ହୋଇଥିଲେ।

ସେହିପରି ମହାପ୍ରଭୁଙ୍କ ମଙ୍ଗଳା ଆଳତି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବାହାରକାଠ ନିକଟରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ପ୍ରବଳ ଭିଡ଼ ଯୋଗୁ ଠେଲାପେଲାରେ ସୁଲୋଚନା ସାହୁ ତଳେ ପଡ଼ି ଯାଇ ଅଣନିଃଶ୍ୱାସୀ ହୋଇଯାଇଥିଲେ। ତାଙ୍କ ଉପରେ କିଛି ଲୋକ ଚଢ଼ି ମଧ୍ୟ ଯାଇଥିଲେ।

ଗତକାଲି ମକର ସଂକ୍ରାନ୍ତିରେ ସିଂହନାଥଙ୍କ ଦର୍ଶନ ପାଇଁ ପ୍ରାୟ ୫୦,୦୦୦ ଲୋକଙ୍କ ଭୀଡ ଜମିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ସଜାଗ ନଥିଲା । ଫଳରେ ଗତକାଲି ଏଭଳି ବଡ ଅଘଟଣ ଘଟିଗଲା । ଦଳାଚକଟାରୁ ବଞ୍ଚିବା ପାଇଁ କିଛି ଭକ୍ତଗଣ ଟି ର୍ବିଜ୍ ଉପରୁ ତଳକୁ ଡେଇଁଥିଲେ । ଯାହାର ଦୃଶ୍ୟ ଭୟଙ୍କର ଥିଲା । ତେବେ ଆଜି ଶ୍ରୀମନ୍ଦିରରେ ଘଟିଯାଇଛି ଏଭଳି ଅଘଟଣ ।

Leave a Reply

Your email address will not be published. Required fields are marked *