Pratidin TV

Odisha's Digital News Platform

ଶ୍ରୀ ମନ୍ଦିରରେ ଠେଲାପେଲା , ୧୦ ରୁ ଉର୍ଦ୍ଧ ଆହତ ହସ୍ପିଟାଲରେ ଭର୍ତ୍ତି ..

ପୁରୀ ; ଆଜି ପୁରୀ ଶ୍ରୀମନ୍ଦିରରେ ଅଘଟଣ । ଶ୍ରୀମନ୍ଦିରରେ ପ୍ରବଳ ଗହଳିରେ ଠେଲାପେଲାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ମେଡିକାଲରେ ଚିକିତ୍ସା କରାଯାଇଛି । ସୂଚାନ ଅନୁଯାୟୀ ଆଜି ସକାଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସମୟରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଏହି ଅଘଟଣ ଘଟିଛି ।

ସକାଳୁ ଦ୍ୱାରା ଫିଟା ଯିବାପରେ ଭକ୍ତ ଓ ହବିଷ୍ୟାଳୀଙ୍କୁ ମଙ୍ଗଳଆଳତି ଦର୍ଶନ କରିବାକୁ ଛଡ଼ା ଯାଇଥିଲା। ହେଲେ ସାତ ପାହାଚରେ ନିକଟରେ ଠେଲାପେଲା ହୋଇଥିଲା। ଠେଲାପେଲା ହେବା ଦ୍ୱାରା ପ୍ରାୟ ୧୦ରୁ ଅଧିକ ଭକ୍ତ ଆହତ ହୋଇଥିବା ବେଳେ ସେଥିରେ ହବିଷ୍ୟାଳି ମାନେ ରହିଥିବା ସୂଚନା ମିଳିଛି ।

କାର୍ତ୍ତିକ ମାସ ଉପଲକ୍ଷେ ବହୁ ସଂଖ୍ୟା ହବିଷ୍ୟାଳୀ ଓ ଭକ୍ତଙ୍କ ଶ୍ରୀମନ୍ଦିରରେ ଗହଳି ଲାଗିରହୁଛି କ୍ଷ ପ୍ରବଳ ଗହଳି ଯୋଗୁଁ ଠେଲାପେଲା ହୋଇଛି । ଏଥିରେ ଭକ୍ତ ମାନେ ଆହତ ହଉଛନ୍ତି ।
ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଏଭଳି ଘଟିଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *