Pratidin TV

Odisha's Digital News Platform

ଶ୍ରୀ ମନ୍ଦିରକୁ ଗୁଟଖା-ପାନ ମନା ; ଏହି ଦିନରୁ କଡାକଡି ହେବ ନିୟମ …

1 min read

ଭୁବନେଶ୍ୱର ; ଶ୍ରୀମନ୍ଦିର ପରିସରରେ ବ୍ୟାନ୍ ହେବ ପାନ, ଗୁଟଖା। ଅଶାଳୀନ ପୋଷାକ ପରେ ଏବେ ପ୍ରଶାସନ ପାନ ଗୁଟଖାରେ ବ୍ୟାନ ଲଗାଇଛି । ଆସନ୍ତା ନୂଆ ବର୍ଷରୁ ଏହି ନିୟମ କଡା କଡି ପାଳନ ହେବ। ଏଥିନିମନ୍ତେ ଆଜିଠୁ ପୁରୀ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। ପୂର୍ବରୁ ମଧ୍ୟ ପାନ, ଗୁଟଖା ଉପରେ ନିଷେଧ ଲଗାଯାଇଥିଲା । ଆଉ ମନ୍ଦିର ଭିତରେ ଏସବୁ ସହ ଧରା ପଡନ୍ତି ତେବେ ୫୦୦ ଟଙ୍କାର ଫାଇନ୍ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କିନ୍ତୁ ଏହି ନିୟମ ଅଧିକ ଦିନ ତିଷ୍ଟି ପାରିନଥିଲା । ଭକ୍ତଙ୍କ ଖଚାଖଛ ଭିଡ ସହ ପ୍ରଶାସନର ଖାମଖିଆଲି ଯୋଗୁ ସବୁ ନିୟମକୁ ଫୁ କରାଯାଇଥିଲା । ଆଉ ମନ୍ଦିର ଭିତରେ ଅସ୍ୱାସ୍ଥ୍ୟକର ପରିବେଶ ଦେଖାଦେଥିଲା ।

ପ୍ରତ୍ୟକଦିନ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ମାତ୍ର ଭିତରେ ପାନ, ଗୁଟଖା ଖାଇ ଲୋକେ ଛେପ ପକାଉଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ନିୟମ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Advertisement

ତେବେ ଜାନୁୟାରୀ ପହିଲାରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯିବ । ମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତ, ପୂଜକ, ସେବାୟତ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀ, ପୁଲିସ୍ କର୍ମଚାରୀ ସମସ୍ତଙ୍କ ପାଇଁ ଏହି ନିୟମକୁ ସମାନ ଭାବେ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *