Pratidin TV

Odisha's Digital News Platform

ମହାନ ଶିକ୍ଷକ ସତ୍ୟଜିତ୍ : ନିଜ ଦରମାରୁ କାଟି ଛାତ୍ରଛାତ୍ରୀଙ୍କ ପାଇଁ କିଣିଲେ ପ୍ରୋଜେକ୍ଟରେ…

1 min read

ପୁରୀ : ଶିକ୍ଷକ ହେବତ ଏମିତି , ନିଜ ଦରମାରୁ ସଚିଂତ ଅର୍ଥରେ ପିଲା ମାନଙ୍କ ପାଇଁ କିଣିଦେଲେ ପ୍ରୋଜେକ୍ଟର ଏଣିକି ପିଲାଏ ପଢିବେ ଡିଜିଟାଲ ମାଧ୍ୟମରେ । କୋମଳମତି ପିଲାମାନଙ୍କୁ ଗପ,ଗୀତ ନାଚ ମାଧ୍ୟମରେ ପାଠ ପଢାଉଛନ୍ତି ଶିକ୍ଷକ । ୫ଟି ବିଦ୍ୟାଳୟ ରେ ନବମ ଦଶମ ପିଲା କେବଳ ଡିଜିଟାଲ ମାଧ୍ୟମରେ ପଢିବାର ସୁଯୋଗ ପାଉଥିଲେ । ପ୍ରଥମରୁ ପିଲାଏ ବଚିଂତ ଥିଲେ । ଏବେ କିନ୍ତୁ ସମସ୍ତେ ପଢିବାର ସୁଯୋଗ ପାଇବେ । ପୁରି ଜିଲ୍ଲା କେତକିପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସତ୍ୟଜିତ ପ୍ରଧାନ ଦେଖାଇଲେ ମହାନତା ।

Advertisement

ପୁରି ଜିଲ୍ଲା ସତ୍ୟବାଦୀ ବ୍ଲକ କେତକିପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କ ଉଦ୍ୟମରେ ଚାଲିଛି ସ୍ମାଟ କ୍କାସ୍ । ପରଦା ରେ ପିଲାଏ ଦେଖୁଛନ୍ତି ନିଜ ଶ୍ରେଣୀର ପାଠ । ବଣି ,ସୁଆସାରି ଗପ ,ବାଘ ଭାଲୁ ଗୀତ ଗଣିତ ଏମିତି ଅନେକ କିଛି ହସ ହସ ମୁହଁ ରେ ତ କିଏ ନାଚି ନାଚି କହୁଛି ନିଜର ପାଠ । ଗୀତ ମାଧ୍ୟମରେ ନାଚ ମାଧ୍ୟମରେ ବେସ ଆରାମରେ ପିଲାଏ ପଢୁଛନ୍ତି ପାଠ । ଅଚଂଳରେ ଏଭଳି ପାଠ ପଢା ଓ ଶିକ୍ଷକଙ୍କ ଉଦ୍ୟମକୁ ଅଭିଭାବକ ମହଲରେ ଘୁରି ଘୁରି ପ୍ରଶଂସା କରୁଛନ୍ତି । ଏପଟେ ବିଦ୍ୟାଳୟର ଛାତ୍ର ଛାତ୍ରୀ କହୁଛନ୍ତି ଆମ ବିଦ୍ୟାଳୟ ରେ ଜେଉଁ ଭଳି ଛବି ଦେଖି ଆମେ ପଢୁଛୁ ସବୁ ବିଦ୍ୟାଳୟରେ ଏଈ ଭଳି ପାଠପଢାହେଲେ ବହୁତ ଭଲ ହୁଅନ୍ତା ।

Leave a Reply

Your email address will not be published. Required fields are marked *