Pratidin TV

Odisha's Digital News Platform

ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର,ଫିଟିବ ଗୁମର

1 min read

ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର | ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର ଟିମ ହେଲା ଗଠିତ | ଯେଉଁ ରତ୍ନ ଭଣ୍ଡାରକୁ ନେଇ ଅନେକ ସାରା ଚର୍ଚ୍ଚା ଏବଂ ରାଜନୀତି ସରଗରମ ରହୁଥିଲା ସେହି ରତ୍ନ ଭଣ୍ଡାର ବର୍ତ୍ତମାନ ଜୁଲାଇ ୮ ତାରିଖରେ ଖୋଲିବ | ରତ୍ନଭଣ୍ଡାରର ଅନୁଧ୍ୟାନ ଓ ଯାଞ୍ଚ କରିବ ଏହି ଟିମ | ଏନେଇ ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକ ସୂଚନା ଦେଇଛନ୍ତି।

ରତ୍ନଭଣ୍ଡାର ଖୋଲିବା ନେଇ ଏଏସଆଇ ପକ୍ଷରୁ ୧୪ ଜଣ ସଦସ୍ୟକୁ ନେଇ କମିଟି ଗଠନ କରଯାଇଛି | ୨0୧୮ରେ ହୋଇଥିବା ଯାଞ୍ଚ ରିପୋର୍ଟ ଅନୁସାରେ ରତ୍ନଭଣ୍ଡାରର ବାହାର ଏବଂ ଭିତର ଯାହା କିଛି ସମସ୍ୟା ରହିଛି ତାକୁ ମରାମତି କରାଯିବା ସହ ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାରର ଯାଞ୍ଚ ହେବ |

Advertisement

ଶ୍ରୀମନ୍ଦିର ପ୍ରଶାସନ କମିଟିର ଉପସ୍ଥିତିରେ ଏଏସଆଇ ଟିମ ୮ ଦିନ ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରିବା ନେଇ ସୁଡ଼ଚଣା ଦିଆ ଯାଇଛି | ତେବେ ନିର୍ବାଚନ ପୂର୍ବରୁ ବିଜେପି ସରକାରଙ୍କ ପ୍ରଥମ ପ୍ରତିଶୃତି ଥିଲା | ତେବେ ୨0୧୮ ମସିହାରେ ଆସିଥିବା ରିପୋର୍ଟରେ ଦେଖା ଯାଇଥିଲା କିଛି ସ୍ଥାନରେ କ୍ରାକ ଓ ଭଙ୍ଗାରୁଜା ରହିଛି | ଲେଜର ସ୍କ୍ୟାନିଂ ରିପୋର୍ଟରେ ମଧ୍ୟ ଏହା ସ୍ପଷ୍ଟ ହୋଇଥିଲା | ତେଣୁ ଉକ୍ତ କ୍ରାକ ଦଶେଇ ପାଣି ଯାଉଥିବା ବୋଲି ତୁରନ୍ତ ଆବଶ୍ୟକ ଅନୁଯାୟୀ ମରାମତି କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି | ଏହାପରେ ୨0୨୩ ମସିହାରେ ମଧ୍ୟ ହୋଇଥିଲା ଲେଜର ସ୍କ୍ୟାନିଂ |

Leave a Reply

Your email address will not be published. Required fields are marked *