Pratidin TV

Odisha's Digital News Platform

ଜନ୍ମଦିନରେ ଅଲ୍ଲୁ ଅର୍ଜୁନ ନେଲେ ମା କାଳୀଙ୍କ ଅବତାର , ଡରାଇଦେଲା ପୁଷ୍ପାରାଜଙ୍କ ଆକ୍ସନ ..

1 min read

୪୨ ବର୍ଷ ବୟସରେ ପାଦ ଥାପିଛନ୍ତି ପୁଷ୍ପାରାଜ । ଆଉ ନିଜ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି ନିଆରା ଉପହାର । ପୁଷ୍ପାରେ ତାଙ୍କର ଦମଦାର ଅଭିନୟ ପରେ ସାରା ଭାରତ ବର୍ଷରେ ପୁଷ୍ପାରାଜ ନାମରେ ବେଶ୍ ପରଚିତ ଅଲ୍ଲୁଅର୍ଜୁନ । ଆଜି ତାଙ୍କ ଜନ୍ମଦିନରେ ପୁଷ୍ପାରାଜ ନେଇଛନ୍ତି କାଳି ଅବତାର ।କେବଳ ଏତିକି ନୁହେଁ ପୁଷ୍ପା ରାଜଙ୍କ ପାୱାର୍ ପ୍ୟାକ୍ ଆକ୍ସନ ଅବତାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଅଲ୍ଲୁଙ୍କ ଜନ୍ମଦିନରେ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ଫ୍ୟାନ୍ସଙ୍କୁ ବଡ ଉପହାର ମିଳିଛି । ଫ୍ୟାନ୍ସ ଟିଜରକୁ ବେଶ ପସନ୍ଦ କରିବା ସହ ଅଭିନେତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ସେପଟେ ଅଭିନେତା ଟିଜର ସେୟାର କରି ଲେଖିଛନ୍ତି, ”ଜନ୍ମଦିନର ଶୁଭେଚ୍ଛା ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଦୟାକରି ଏହି ଟିଜରକୁ ମୋର ଧନ୍ୟବାଦ କହିବାର ଉପାୟ ଭାବରେ ଗ୍ରହଣ କର ।”

ପୋଷ୍ଟରରେ ଯେମିତି ଅର୍ଦ୍ଧ ନାରୀଶ୍ୱର ବେଶରେ ନଜର ଆସିଥିଲେ ଟିଜରରେ ବି ସେମିତି କିଛି ଦେଖିବାକୁ ମିଳିଛି । ଆଜ ିଅଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ରିଲିଜ୍ ଟିଜରରେ ଶାଢ଼ି ପିନ୍ଧିଥିବା ଅଲୁଙ୍କ ବେକରେ ଲେମ୍ବୁର ହାର ଆଉ ତା’ସହ ପୂରା ମୁହଁ ଏବଂ ଦେହ ଅବିର ରଙ୍ଗରେ ରଙ୍ଗୀନ । ଦେଖିବାକୁ ଯେତେ ଥ୍ରିଲ୍‌, ଆକ୍ସନ୍ ବି ସେମିତି… ।

ମାତ୍ର କିଛି ମିନିଟରେ ଟିଜର୍ ମିଲିୟନ୍ ଭ୍ୟୁଜ୍ କ୍ରସ୍ କରିସାରିଲାଣି । ଆଜି ଅଲୁ ଅର୍ଜୁନଙ୍କ ଜନ୍ମଦିନ । ଏହି ଅବସରରେ ଏକ ବଡ଼ ଗିଫ୍ଟ ଭାବେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପୁଷ୍ପା-୨ର ଟିଜର୍ । ‘ପୁଷ୍ପା: ଦି ରାଇଜ’ର କାହାଣୀ ଓ ଡାଏଲଗ୍ ଉଭୟ ବ୍ଲକବଷ୍ଟର ଥିବା ବେଳେ ‘ପୁଷ୍ପା: ଦି ରୁଲ୍‌’ ତା’ଠାରୁ ଅଧିକ ଲୋକପ୍ରିୟ ହେବ ବୋଲି ଟିଜର ପ୍ରମାଣ କରିଛି । ଏଥିରେ ପୁଷ୍ପାରାଜଙ୍କ ଲୁକ୍ ପୁରାପୁରି ବଦଳି ଯାଇଛି । ଟିଜରରେ ଦେଖାଯାଇଛି ଯେ, ଅଲ୍ଲୁ ଅର୍ଜୁନ ଶାଢ଼ି ପିନ୍ଧିବା ସହ ପାଦରେ ଘୁଙ୍ଗୁର ପିନ୍ଧିଛନ୍ତି । କେବଳ ଏତିକି ନୁହେଁ କାନରେ କାନଫୁଲ ଏବଂ ଆଖିରେ କାଜଲ ରହିଛି । ଏହା ସହ ବେକରେ ଫୁଲ ମାଳ ପକାଇ ହାତରେ ତ୍ରୀଶୁଳ ଧରି ସେ ଗୁଣ୍ଡାମାନଙ୍କୁ ମାଡ଼ ମାରୁଥିବା ଦେଖାଯାଇଛି । ଟିଜରେ ଅଲ୍ଲୁ ମା’ କାଳିଙ୍କ ଅବତାରରେ ନଜର ଆସୁଛନ୍ତି, ଯାହା ଦର୍ଶକଙ୍କ ଲୋମଟାଙ୍କୁରି ଦେଇଛି । ଏହି ଫିଲ୍ମ ‘ପୁଷ୍ପା: ଦ ରାଇଜ’ର ସିକ୍ୱେଲ ଅଟେ । ଏହି ଫିଲ୍ମ ୨୦୨୧ ଡିସେମ୍ବରରେ ମୁକ୍ତିଲାଭ କରିଥିଲା ଏବଂ ବକ୍ସ ଅଫିସ୍‌ରେ ଧମାକା କରିଥିଲା ।

ସାରା ବିଶ୍ୱରେ ୪୦୦୦ରୁ ଅଧିକ ସ୍କ୍ରିନ୍‌ରେ ରିଲିଜ କରିଥିଲା । ଏଥିସହ ବିଶ୍ୱରେ ୩୫୦.୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବାବେଳେ ଭାରତରେ ମୋଟ ୨୬୭.୫୫ କୋଟି କଲେକ୍ସ କରି ସଫଳତା ହାସଲ କରିଥିଲା । କେବଳ ଏତିକି ନୁହଁ ପୁଷ୍ପା: ଦ ରାଇଜ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା । ଏହା ପରେ ବର୍ତ୍ତମାନ ଅଲ୍ଲୁ ଅର୍ଜୁନ ‘ପୁଷ୍ପା: ଦ ରୁଲ’ ସହ ପୁଣି ପରଦାକୁ ଫେରିବାକୁ ପ୍ରସ୍ତୁତ । ତେବେ ‘ପୁଷ୍ପା ୨’ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଅର୍ଥାତ୍ ୧୫ ଅଗଷ୍ଟ ୨୦୨୪ରେ ବଡ ପରଦାକୁ ଆସିବ ।

Leave a Reply

Your email address will not be published. Required fields are marked *