ଜନ୍ମ ଦିନରେ ରଶ୍ମିକା ଦେଲେ ଫ୍ୟାନ୍ସଙ୍କୁ ଗିଫ୍ଟ , ସାମ୍ନାକୁ ଆସିଲା ଶ୍ରୀବଲ୍ଲିୀଙ୍କ ପ୍ରଥମ ଲୁକ୍ ..
1 min readଭାରତର ସମସ୍ତଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ରଶ୍ମିକା ମନ୍ଦାନା । ତାଙ୍କର ଚମତ୍କାର ଅଭିନୟ ଏବଂ ଷ୍ଟାଇଲିସ ଲୁକ ପାଇଁ ନ୍ୟାସନାଲ କ୍ରସ୍ ପାଲଟିଛନ୍ତି । ଏବେ ସମସ୍ତଙ୍କ ହୃଦୟର ରାଣୀ ହୋଇଛନ୍ତି ରଶ୍ମିକା । ଆଜିସେ ୨୮ ବର୍ଷରେ ପାଦ ଥାପିଛନ୍ତି । ଆଜି ତାଙ୍କର ଜନ୍ମଦିନ ରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଏକ ସ୍ୱତନ୍ତ୍ର ଉପହାର । ଆଜି ପୁଷ୍ପା ୨ର ପ୍ରଥମ ଲୁକ ସାମ୍ନାକୁ ଆସିଛି । ରଶ୍ମିକାଙ୍କ ଦମଦାର ଲୁକ୍କୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି । ପୁଷ୍ପା ପକ୍ଷରୁ ଶ୍ରୀବଲ୍ଲୀର ପ୍ରଥମ ଲୁକ ସେୟାର କରାଯାଇଛି ।ଶେୟାର କରାଯାଇଥିବା ପୋଷ୍ଟରେ ଅଭିନେତ୍ରୀ ଖୁବ ସୁନ୍ଦର ଲାଗୁଛନ୍ତି । ଗ୍ରୀନ କଲର ଶାଢିରେ ସେ ଖୁବ ଗର୍ଜିୟସ ଲାଗୁଛନ୍ତି । ମଥାରେ ଲାଲ କୁମକୁମ, ଆଖିରେ କଜଳ ଓ ଗହଣା ସହ ଶ୍ରୀବଲ୍ଲୀ ଚରିତ୍ର ଖୁବ ଆକର୍ଷିତ କରୁଛି ଦର୍ଶକଙ୍କୁ । ପୋଷ୍ଟରରେ ହାପି ବାର୍ଥ ଡେ ଶ୍ରୀବଲ୍ଲୀ ମଧ୍ୟ ଲେଖାଯାଇଛି । ତାଙ୍କର ଏହି ଫାଷ୍ଟ ଲୁକକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି ।
ଫିଲ୍ମର ରଶ୍ମିକାଙ୍କ ଲୁକ ସହିତ ଟିଜର ରିଲିଜ୍କୁ ନେଇ ପୁଣି ଥରେ ଘୋଷଣା କରାଯାଇଛି, ଯାହା ଏପ୍ରିଲ ୮ରେ ରିଲିଜ୍ ହେବାର ଅଛି । ଏହାପୂର୍ବରୁ ନିର୍ମାତାମାନେ ‘ପୁଷ୍ପା ୨’ର ଙଞଞ ରିଲିଜ୍ ମଧ୍ୟ ଘୋଷଣା କରିଥିଲେ । ବହୁତ ଜଲ୍ଦି ଏହି ଫିଲ୍ମ ନେଟଫ୍ଲିକ୍ସରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ଦେଖିବାକୁ ମିଳିବ । ନିର୍ଦ୍ଦେଶକ ସୁକୁମାରଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ପରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଫହଦ ଫାସିଲ ଫିଲ୍ମର ସିକ୍ୱେଲ ‘ପୁଷ୍ପା ୨: ଦି ରୁଲ୍’ରେ ନିଜ ନିଜର ଭୂମିକାରେ ଦେଖିବାକୁ ମିଳିବେ ।