ଆସ୍ଥା ଭୋଟରେ ହାରିଗଲେ ପୁଷ୍ପ କମଳ, ପ୍ରଧାନମନ୍ତ୍ରୀ ହେବେ କେପି ଶର୍ମା ଓଲି
1 min readଆଜି ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ- ୟୁନିଫାଏଡ୍ ମାର୍କସିଷ୍ଟ ଲେନିନିଷ୍ଟ (ସିପିଏନ୍-ୟୁଏମ୍ଏଲ)ର ଅଧ୍ୟକ୍ଷ କେପି ଶର୍ମା ଓଲି | ଆଜି ଦିନ ୧୧ ଟାରେ ନେବେ ଶପଥ | ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ତାଙ୍କୁ ଦେଇଛନ୍ତି ନିଯୁକ୍ତି |
ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) ସଂସଦରେ ଆସ୍ଥା ଭୋଟରେ ପରାସ୍ତ ହେବା ପରେ ଓଲି ନୂଆ ସରକାର ଗଠନ ଲାଗି ଦାବି କରିଥିଲେ। ଓଲିଙ୍କୁ ସରକାର ଗଠନ ଲାଗି ଏନସି ସଭାପତି ଶେର ବାହାଦୂର ଦେଉବା ସମର୍ଥନ ଜଣାଇଥିଲେ। ତେବେ ଆସ୍ଥା ଭୋଟରେ ହାରି ଯାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ। ନେପାଳ ସଂସଦରେ ହୋଇଥିବା ଆସ୍ଥା ଭୋଟରେ ସେ ପରାସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ୬୯ ବର୍ଷୀୟ ପ୍ରଚଣ୍ଡ ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା। ବର୍ତ୍ତମାନ ଆଜି ଶପଥ ନେବେ କେପି ଶର୍ମା ଓଲି |