ଋଷ୍ ରାଷ୍ଟ୍ରପତିଙ୍କ ବଡ ଘୋଷଣା : ୩୬ ଘଣ୍ଟା ଯାଏ ବନ୍ଦ ରହିବ ୟୁକ୍ରେନ ସହ ଯୁଦ୍ଧ ..
1 min readନୂଆଦିଲ୍ଲୀ : ୨୦୨୨ ରୁ ଆରମ୍ଭ ହୋଇଥିବା ଋଷ୍-ୟୁକ୍ରେନ୍ର ଘମାଘୋର ଯୁଦ୍ଧରେ ଲାଗିବ ୩୬ ଘଣ୍ଟିଆ ବିରତୀ । ୨ ଦିନ ଯାଏ ୟୁକ୍ରେନ ଉପରେ କୌଣସି ପ୍ରକାରର ଆକ୍ରମଣ କରିବ ନାହିଁ ଋଷ୍ । ଏନେଇ ଋଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଘୋଷଣା କରିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତି ପଛରେ , ଋଷ୍ର ୭୬ ବର୍ଷିୟ ଖ୍ରୀଷ୍ଟ ଧର୍ମଗୁରୁ ର୍ପେଟିଙ୍କ କିରିଲଙ୍କ ହାତ ଆଛି । ଏହି ଧର୍ମଗୁରୁଙ୍କ ଯୁଦ୍ଧ ବନ୍ଧ କରିବା ପାଇଁ ଅପିଲ ପରେ ପୁଟିନ୍ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ ଜାନୁଆରୀ ୬ ତାରିଖ ରାତି ୧୨ଟାରୁ ୩୬ ଘଣ୍ଟା ଯାଏ ୟୁକ୍ରେନର ସମସ୍ତ ସୀମାରେ ଗୁଳିଗୋଳା ବନ୍ଦ ରହିବ। କାରଣ ଏହି ଦିନରେ ଉଭୟ ଋଷ୍ ଏବଂ ୟୁକ୍ରେନର ଲୋକ ବେଶ୍ ଧୁମ୍ ଧାମରେ ଅର୍ଥୋଡକ୍ସ ର୍ଖୀଷ୍ଟମାସ୍ ପାଳନ କରିଥାନ୍ତି ।ତେଣୁ ଲୋକମାନଙ୍କ ଧାର୍ମିକ ଅନୁଷ୍ଠାନରେ କୌଣସି ପ୍ରକାରର ବାଧା ସୃଷ୍ଟି ନହେବା ପଇଁ ରାଷ୍ଟ୍ରପତି ପୁଟିନଙ୍କୁ ଅନୁରୋଧ କରିଥିଲେ । ଏହାପରେ ୨ ଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି ପୁଟିନ୍ । କିନ୍ତୁ ଅନ୍ତର୍ଜାତୀୟ ଗଣମାଧ୍ୟମ ଏବଂ ପାଶ୍ଚତ୍ୟ ଦେଶ ଏହାକୁ ପୁଟିନର ଚାଲ ବା କୌଣସି ଷଡଯନ୍ତ୍ର ବୋଲି ଭାବୁଛି ।