Pratidin TV

Odisha's Digital News Platform

ଶାନ୍ତିର ସଙ୍କେତ ଦେଲେ ପୁଟିନ; ଋଷ-ୟୁକ୍ରେନ ଯୁଦ୍ଧର ହେବ ଅନ୍ତ

1 min read

ଋଷ-ୟୁକ୍ରେନ ସମ୍ଭାବ୍ୟ ଶାନ୍ତି ଆଲୋଚନା ନେଇ ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁତ୍ବପୂର୍ଣ୍ଣ ଘୋଷଣ କରିଛନ୍ତି। ଏହି ଶାନ୍ତି ଆଲୋଚନାରେ ଭାରତ, ଚୀନ ଓ ବ୍ରାଜିଲ ମଧ୍ୟସ୍ଥି ଭାବେ କାର୍ଯ୍ୟ କରିପାରିବେ ଏବଂ ଏଥିପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ରୁଷ୍ ରାଷ୍ଟ୍ରପତି ଆଜି ବୟାନ ଜାରି କରିଛନ୍ତି। ପୁଟିନ କହିଛନ୍ତି ଯେ ଯୁଦ୍ଧର ପ୍ରଥମ ସପ୍ତାହରେ ଇସ୍ତାନବୁଲରେ ହୋଇଥିବା ଆଲୋଚନାରେ ରୁଷିଆ ଏବଂ ୟୁକ୍ରେନର ଆଲୋଚନାକାରୀଙ୍କ ମଧ୍ୟରେ ଏକ ପ୍ରାଥମିକ ରାଜିନାମା ହୋଇଥିଲା। ଆଗକୁ ହେବାକୁ ଥିବା ଶାନ୍ତି ଆଲୋଚନାରେ ଏହା ଏକ ଆଧାର ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ୟୁକ୍ରେନ ଗସ୍ତ କରିବାର କିଛିଦିନ ପରେ ପୁଟିନ ଏହି ବୟାନ ଦେଇଥିବା ବେଳେ ଶାନ୍ତି ଆଲୋଚନା ନେଇ ନୂଆ ଆଶା ସଂଚାର ହୋଇଛି।

ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ହେବାର ସଙ୍କେତ । ଗତ ଅଢେଇ ବର୍ଷରୁ ଅଧିକ ହେବ ଦୁଇ ଦେଶ ମଧ୍ୟ ଲାଗି ଯୁଦ୍ଧ ଲାଗି ରହିଛି । ଏସବୁ ମଧ୍ୟରେ ଶାନ୍ତି ଆଲୋଚନା ସପକ୍ଷରେ ସଙ୍କେତ ଦେଇଛନ୍ତି ପୁଟିନ । ଯୁଦ୍ଧର ପ୍ରଥମ ସପ୍ତାହରେ ଇସ୍ତାନବୁଲରେ ଶାନ୍ତି ଆଲୋଚନା ନେଇ ବୈଠକ ବସିଥିଲା । ଏହି ସମୟରେ ଋଷ ଓ ୟୁକ୍ରେନର ବୁଝାମଣାରେ ସାମିଲ ଥିବା ଅଧିକାରୀ ମଧ୍ୟରେ ଗୋଟିଏ ଚୁକ୍ତି କରାଯାଇଥିଲା । ହେଲେ ଏହା କେବେ ବି କାର୍ଯ୍ୟକାରୀ ହୋଇପାରିନି । ଉକ୍ତ ବୁଝାମଣା ପତ୍ରରେ ଥିବା ବିଷୟ ବସ୍ତୁକୁ ଏବେ ଆଲୋଚନାର ମୂଳଢାଞ୍ଚା ଭାବେ ନିଆଯାଇପାରେ । ଭାରତ, ଚାଇନା ଓ ବ୍ରାଜିଲ ଏହି ସମ୍ଭାବ୍ୟ ଶାନ୍ତି ଆଲୋଚନାର ମଧ୍ୟସ୍ଥି ବି ସାଜି ପାରିବେ ବୋଲି ପୁଟିନ ମତ ରଖିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *