ପୁଣି ଗୁଣିଗାରେଡି ସନ୍ଦେହ ନେଲା ଜୀବନ : ଦାଦାକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲା ପୁତୁରା
1 min readମୟୁରଭଞ୍ଜ : ପୁଣି ଗୁଣି ଗାରେଡିର ଶିକାର ହେଲା ଏକ ପରିବାର । ଆଜିର ଅତ୍ୟାଧୁନିକ ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ଅନ୍ଧାର ଗଳିରେ ପଥଭ୍ରଷ୍ଟ୍ର ହେଉଛି ଆଜିର ମଣିଷ । ଏବଂ ଏହାକୁ ବିଶ୍ୱାସ କରି ଭୁଲି ଯାଉଛି ମଣିଷତ୍ୱ । କରିବସୁଛି ଜଘନ୍ୟ ଅପରାଧ । କେତେବେଳେ କାହାକୁ ହତ୍ୟା କରୁଛି ତ ଆଉ କେତେବେଳେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହିଁ। ଏପରି ସମାନ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ।
ଗୁଣିଗାରେଡ଼ି ସନ୍ଦେହରେ ଦାଦାକୁ ହତ୍ୟା କରି ପୁତୁରା ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଠୁଙ୍ଗୁରୁ ସିଂ। ତେବେ ଘଟଣାଟି ଖୁଣ୍ଟା ଥାନା ଅନ୍ତର୍ଗତ ସାରଜମଡ଼ିହି ଗାଁରେ ଘଟିଛି ।
ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଠୁଙ୍ଗୁରୁଙ୍କ ପରିବାର ଲୋକେ ଗତକାଲି ଫୁଟବଲ ଖେଳ ଦେଖିବା ନିମନ୍ତେ ବାହାରକୁ ଯାଇଥିଲେ। ଏହି ସମୟରେ ସେ ଘରେ ଏକୁଟିଆ ରହିଥିଲେ। ଖେଳ ଦେଖି ଫେରିବା ପରେ ପରିବାର ଲୋକେ ଘରକୁ ଫେରିବା ପରେ ଘର ବାରଣ୍ଡାରେ ଠୁଙ୍ଗୁରୁଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। କେହି ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା। ଏନେଇ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ।
ଠୁଙ୍ଗୁରୁଙ୍କୁ ତାଙ୍କ ପୁତୁରା ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପରିବାର ଲୋକଙ୍କ କହିବା ଅନୁ୍ଯାୟୀ ଠୁଙ୍ଗୁରୁ ଗୁଣି ଗାରେଡ଼ି କରୁଥିବା ତାଙ୍କ ପୁତୁରା ସନ୍ଦେହ କରୁଥିଲେ। ଏନେଇ ଦାଦା ଓ ପୁତୁରା ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ଘରେକେହି ନଥିବା ସମୟରେ ଠୁଙ୍ଗୁରୁଙ୍କୁ ପୁତୁରାକୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ପୁତୁରା ଓ ଅନ୍ୟ ଜଣେ ସମ୍ପର୍କୀୟକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ଓ ଘଟଣାର ତଦନ୍ତ କରୁଛି।