ସାବଧାନ ! ବନ୍ୟା ଜଳରେ ଭାସିଆସି ଗଛରେ ଲୁଚି ରହୁଛନ୍ତି ଅଜଗର
1 min readରାଜଗାଙ୍ଗପୁର : ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଜାମପାଲି ସ୍ଥିତ ଓଆଇଏସଏଲ କାରଖାନା ପାଚେରୀ କୁ ଲାଗି ଏକ ଗଛ ଉପରେ ଏକ ଅଜଗର ସାପ ରହିଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ସୂଚନା ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଅଜଗରଟିକୁ ଉଦ୍ଧାର କରିଥିଲେ । ଅଜଗରର ଲମ୍ବ ପ୍ରାୟ ୮ ଫୁଟ ହେବ । ଉଦ୍ଧାର ହୋଇଥିବା ଅଜଗର ଟିକୁ ବନ ବିଭାଗ କର୍ମଚାରୀ ସ୍ତାନୀୟ ମାଲିଡିହି ସଂରକ୍ଷିତ ଜଙ୍ଗଲ ରେ ଛାଡି ଦିଆଯାଇଛି।